ଇଡ୍‌କୋର ‘ଓ’ ହବ୍‌ ଟାୱାରରେ ଷ୍ଟାର୍ଟଅପ୍‌ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ – ଶିଳ୍ପମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଡିସେମ୍ବର ଶନିବାର) ଭୁବନେଶ୍ୱର :- ସନ୍ଧ୍ୟାରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଶିଖରଚଣ୍ଡିଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଇଡ୍‌କୋର ‘ଓ’ ହବ୍‌ ଅଟ୍ଟାଳିକାରେ ଷ୍ଟାର୍ଟଅପ୍‌ ପାଇଁ ନିର୍ମାଣ ଚାଲିଥିବା ଏନ୍‌କୁ୍ୟବେସନ୍‌ କେନ୍ଦ୍ର, କାର୍ଯ୍ୟାଳୟ, ତାଲିମ ଗୃହ, ପ୍ରେକ୍ଷାଳୟ, ବୈଠକ ଖାନା ପ୍ରଭୃତି ବୁଲି ଦେଖିଥିଲେ । ଏଠାରେ ପ୍ରାରମ୍ଭିକ ଭାବେ ୨୦୦ଟି ଷ୍ଟାର୍ଟଅପ୍‌ ପାଇଁ ସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ପରେ ନିର୍ମାଣଶୈଳୀ ଏବଂ ସାଜସଂରଞ୍ଜାମ ଦେଖି ସନ୍ତୋଷ ବ୍ୟକ୍ତ କରିବା ସହ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତାରେ କୌଣସି ପ୍ରକାର ସାଲିସ୍‌ କରାଯିବ ନାହିଁ ବୋଲି କହିଛନ୍ତି । ସେ ସେଠରେ ଉପସ୍ଥିତ ଥିବା ସମସ୍ତ ଯନ୍ତ୍ରୀ ଏବଂ ନିର୍ମାଣ କାର୍ଯ୍ୟ ସହିତ ଜଡ଼ିତ କର୍ମଚାରୀଓ କାରିଗରମାନଙ୍କୁ ଏହି ଉନ୍ନତ ମାନର କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ । ଏହି ନୂତନ ଅଟ୍ଟାଳିକାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ରେଢ଼ାଖୋଲ ବିଧାୟକ ଶ୍ରୀ ରୋହିତ ପୂଜାରୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲମ୍‌, ଇଭାନ୍‌ଞ୍ଜେଲିଷ୍ଟ ସୁଶ୍ରୀ ସଂଯୁକ୍ତା ବଢ଼ାଇ, ଇଂଜିନିୟର ବିଜୟ ତି୍ରପାଠୀ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version