ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ବାରା ତାରବାଉଲ ଗ୍ରାମରେ – କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଡିସେମ୍ବର ଶନିବାର) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ତାରବାଉଲ ଗ୍ରାମରେ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଅନୁଷ୍ଠିତ ହୋଇଜାଛି । ଗତମାସ ୨୪ତାରିଖଠାରୁ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମଉଦଯାପିତହୋଇଯାଇଛିର ଗୁମ୍ମା ବ୍ଲକର ସେରଙ୍ଗ ଗ୍ରାମ ପଞ୍ଚାୟତ ତାରବାଉଲ ଏବଂ ଆଖପାଖ ଗ୍ରାମ ରୁ ମୋଟ ୩୧ ଜଣ ମହିଳା ଓ ପୁରୁଷ ମାନେ ତାଲିମ ନେଇଥିଲେ ।

ସମସ୍ତ ପ୍ରତିଭାଗୀ ମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ଖାଇବା ଏବଂ ଅନ୍ୟାନ୍ୟ ଖର୍ଚ ଯୋଗାଇ ଦିଆ ଯାଇଥିଲା । ଉଦଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵ କରିଥିବା ବେଳେ ଶ୍ରୀ କିଶୋର ଚନ୍ଦ୍ର ନାଇକ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ, ଗଜପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ପଶୁଧନ ବିଭାଗର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ |

ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକଟ ପ୍ରଦାନ କରିବା ସଙ୍ଗେସଙ୍ଗେ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତ ହୋଇ ଉତ୍ତମ ଉନ୍ନତି କରିବାକୁ ପରାମର୍ଶ ଦେଇଥିଲ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version