ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ନୟାଗଡ଼ :- ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ । ଜୟନ୍ତଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ରେଡ୍ ବେଳେ ନଗଦ ୨ ଲକ୍ଷ ୭୪ ହଜାର ୭୫ ଟଙ୍କା ସହ ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ବାଇକ୍ ଜବତ ହୋଇଛି । ନୟାଗଡ଼ ଜିଲ୍ଲା ଲେଙ୍କୁଡିପଡ଼ାରେ ୪ ମହଲା ବିଶିଷ୍ଟ କୋଠା, ଓଡ଼ଗାଁ ଗାନ୍ଧିସାହି ଲେନ୍ରେ ୨ ମହଲା କୋଠା, ପୈତୃକ ଗାଁ ବିରୁଡ଼ାରେ ଥିବା ଘରେ ରେଡ୍ କରିଛି ଭିଜିଲାନ୍ସ ।
