ଭୁବନେଶ୍ୱର, ରିପୋର୍ଟ, ( ଓଡିଶା ତାଜା ନ୍ୟୁଜ୍ ) ମାଷ୍ଟରକାର୍ଡର ନୂତନ ଟିଭି , ୩ ମଇ, ରବିବାର :- କୋଭିଡ୍-୧୯ ମହାମାରୀ କାରଣରୁ ଭାରତ ଓ ସମଗ୍ର ବିଶ୍ୱ ଏବେ ଏକ ଅପ୍ରତ୍ୟାଶିତ ସମୟ ମଧ୍ୟରେ ଗତି କରୁଛି । ଏଭଳି ଏକ ସଙ୍କଟ ସମୟରେ, ପଡୋଶୀ ବ୍ୟବସାୟୀ ଯେପରିକି କିରାନା ଷ୍ଟୋର ମାଲିକ, ଔଷଧ ଦୋକାନୀ, ଦୁଗ୍ଦ ବ୍ୟବସାୟୀ ଓ ପରିବା ଦୋକାନୀମାନେ ଦେଶରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରି ବାସ୍ତବ ଯୋଦ୍ଧା ରୂପେ ଉଭା ହୋଇଛନ୍ତି । ଭାରତରେ କ୍ଷୁଦ୍ର ବ୍ୟବସାୟୀ ଓ ଟ୍ରେଡର୍ମାନେ ୬୩.୪ ମିଲିୟନ ୟୁନିଟ୍ ସାମିଲ କରିବା ସହ ଭାରତର ଜିଡିପିରେ ପ୍ରାୟ ୩୦% ଯୋଗଦାନ ଦେଇଥାନ୍ତି ଓ ପ୍ରାୟ ୪୬୦ ମିଲିୟନ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଭାରତର ପ୍ରତ୍ୟେକ ବ୍ୟବସାୟୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ମାଷ୍ଟରକାର୍ଡ ଏକ ନୂତନ ଟିଭି ବିଜ୍ଞାପନର ଉନ୍ମୋଚନ କରିଛି, ଯେଉଁଥିରେ ମହାନ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଅଭିନୟ କରିଛନ୍ତି । ଏହି ଭିଡିଓରେ ଧୋନି ପ୍ରତ୍ୟେକ ଭାରତୀୟଙ୍କ ସହ ଏକ ଭାବପ୍ରବଣତା ସୃଷ୍ଟି କରିଛନ୍ତି; ଯେଉଁଥିରେ କୋଭିଡ-୧୯ ବିରୋଧରେ ଲଢେଇରେ କିଭଳି ବ୍ୟବସାୟୀମାନେ ଆଗଧାଡିରେ ରହି କାର୍ଯ୍ୟ କରୁଛନ୍ତି ଏବଂ ସାମାଜିକ ଦୂରତା ଓ ନିଜର ସାମାଜିକ ପ୍ରତିବଦ୍ଧତା ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ବଜାୟ ରଖିଛନ୍ତି ତାହା ପ୍ରଦର୍ଶିତ ହୋଇଛି । ଏହି ଭିଡିଓରେ ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କୁ ଚିତ୍ରଣ କରାଯାଇଛି, ଯେଉଁମାନେ ନିଜ ପଡୋଶୀ ବ୍ୟବସାୟୀମାନଙ୍କ ସମ୍ପର୍କରେ ନିଜର ପ୍ରିୟ ସ୍ମୃତିକୁ ବାଂଟିବା ସହିତ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ଭିଡିଓରେ ଦର୍ଶକମାନଙ୍କୁ ମଧ୍ୟ +୯୧- ୯୩୧୯୧୩୮୧୩୯ ନମ୍ବରରେ କଲ୍ କରି କିମ୍ବା ୰ଥ୍ୟାଙ୍କ୍ୟୁବ୍ୟାପାରିୟୋଁ ସହିତ ନିଜର ଧନ୍ୟବାଦ ମେସେଜ ଟ୍ୱିଟ୍ କରିବାକୁ ନିବେଦନ କରାଯାଇଛି । ଲକ୍ଡାଉନ୍ ପରେ ଏହି ସମାନ ଫୋନ୍ଲାଇନ୍କୁ ସେମାନଙ୍କ ଦୋକାନକୁ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଭିତିଭୂମି ସହ ସକ୍ଷମ କରିବା ପାଇଁ ବ୍ୟବସାୟୀମାନଙ୍କଠାରୁ ଆବେଦନ ଗ୍ରହଣ କରିବା ପାଇଁ ବ୍ୟବହାର କରାଯିବ । ଏହି ଅଭିଯାନ ହେଉଛି ଭାରତରେ ବ୍ୟବସାୟୀ ସମୁଦାୟକୁ ସଶକ୍ତ କରିବା ପାଇଁ ମାଷ୍ଟରକାର୍ଡର ନିରନ୍ତର ପ୍ରତିବଦ୍ଧତାର ଏକ ସମ୍ପ୍ରସାରଣ । କମ୍ପାନୀ ୧୦ ମିଲିୟନ ବ୍ୟବସାୟୀଙ୍କୁ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଭିତିଭୂମି ଓ ଆର୍ଥିକ ସ୍ୱାଧୀନତା ସହିତ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛି । ମହେନ୍ଦ୍ର ସିଂହ ଧୋନି ଏହି ଯାତ୍ରାରେ ମାଷ୍ଟରକାର୍ଡର ଜଣେ ରଣନୈତିକ ସହଯୋଗୀ ଅଟନ୍ତି । ତାଙ୍କର ସହଯୋଗ ମାଷ୍ଟରକାର୍ଡର ‘ଟିମ୍ କ୍ୟାସ୍ଲେସ୍ ଇଣ୍ଡିଆ’ ଅଭିଯାନକୁ ଦେଶର ପ୍ରତ୍ୟେକ କୋଣକୁ ନେବାରେ ଏବଂ ବ୍ୟବସାୟୀଙ୍କ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଯାତ୍ରାକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଲକ୍ଡାଉନ୍ରେ ପ୍ରତ୍ୟେକ ବ୍ୟବସାୟୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ମାଷ୍ଟରକାର୍ଡର ନୂତନ ଟିଭି ବିଜ୍ଞାରପନରେ ମହେନ୍ଦ୍ର ସିଂହ ଧୋନି

- Categories: Uncategorized, ଓଡ଼ିଶା, ହୋମ୍
Related Content
ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ
by
Proprietor Abhimanyu Maharana
September 17, 2026
Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC)
by
Proprietor Abhimanyu Maharana
September 17, 2026
ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି
by
Proprietor Abhimanyu Maharana
September 17, 2026
Vedanta Aluminium's Project Sangam Strengthens Irrigation Access in Rural Kalahandi
by
Proprietor Abhimanyu Maharana
September 17, 2026
AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel
by
Proprietor Abhimanyu Maharana
September 17, 2026
ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ
by
Proprietor Abhimanyu Maharana
September 16, 2026