୩୦ ଲିଟର ଦେଶୀମଦ ଜବତ ସହ ୨ ଗିରଫ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ଓଡ଼ଗାଁ :- ‌ଓଡ଼ଗାଁ ଆଦର୍ଶ ଥାନା ପୋଲିସ ୩୦ ଲିଟର ଦେଶୀମଦ ସହିତ ୨ ଜଣଙ୍କୁ ଗିରଫ କରିଛି । ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଅତର୍କିତ ଚଢ଼ାଉକରି ଜାମୁପାଟଣାର ଗୋକୁଳ ନାହାକ(୫୦)କୁ ଗିରଫ କରିବା ସହିତ

ତାଙ୍କଠାରୁ ୧୦ ଲିଟର ମଦ ଜବତ କରିଥିବାବେଳେ ବାଣ୍ଠପୁର ପଞ୍ଚାୟତ ଶାଳିଆଝରି ଗ୍ରାମର ପଞ୍ଚାନନ ବେହେରା (୫୬)ଙ୍କୁ ଗିରଫ କରିବା ସହିତ ତାଠାରୁ ୨୦ ଲିଟର ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଉଭୟଙ୍କ ନାମରେ ୧୩୬/୨୧ ଓ ୧୩୭/୨୧ରେ ମାମଲା ରୁଜୁହେଇଥିବା ଆଦର୍ଶଥାନା ପକ୍ଷରୁ  ସୂଚନା ମିଳିଛି ।

Exit mobile version