ଦିନ ଦ୍ବିପହରରେ ଡେଲିଭରୀ ବୟ କୁ ଗଛ ରେ ବାନ୍ଧି ସମସ୍ତ ଜିନିଷପତ୍ର ଲୁଟ୍ କଲେ ଦୁର୍ବୃତ୍ତ – ପୋଲିସର ତଦନ୍ତଜାରୀ

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ବୈପାରିଗୁଡା :- ବୈପାରିଗୁ ଡା ଥାନା ଅଞ୍ଚଳରେ କିଛି ମାସ ହେବ ଚୋରି ଡକାୟତ ଭଳି ଘଟଣା ବନ୍ଦ ଥିବା ବେଳେ ଆଜି ପୁଣି ବୈପାରିଗୁଡା ଦିଗାପୁର ରାସ୍ତାର ବେଜାଗୁଡା ଗ୍ରାମ ପାଖର କାଜୁ ବାଡ ଭିତରେ ଫ୍ଲିପକାର୍ଡ କମ୍ପାନୀର ଡେଲିଭରୀ ବୟ ଙ୍କ ଠାରୁ ସମସ୍ତ ଜିନିଷ ପତ୍ର ଲୁଟ୍ କରି ନେଇଥିବାର ଅଭିଯୋଗ ହୋଇଛି ବୈପାରିଗୁଡା ଥାନା ରେ ! କିଛି ଦିନ ର ନୀରବତା ପରେ ପୁଣି ଆରମ୍ଭ ହୋଇଛି ଲୁଟପାଟ୍ ! ମିଳିଥିବା ସୂଚନାନୁ ଯାୟୀ ବୈପାରିଗୁଡା ସ୍ଥିତ ଫ୍ଲିପ କାର୍ଡ (fipkart) ଡିପ୍ ରୁ ସାମଗ୍ରୀ ନେଇ ଡେଲିଭରି କରିବା ପାଇଁ ଯାଇଥିବା ଯୁବକ କୁ ଗଛରେ ବାନ୍ଧି ତାହା ଠାରୁ କିଛି ସାମଗ୍ରୀ ଲୁଟି ନେଲେ ଓ କିଛି ଜିନିଷ ଘଟଣା ସ୍ଥଳ ରେ ହିଁ ଛାଡି ଥିବା ଅନୁମାନ କରାଯାଉ ଥିଲେ ମଧ୍ୟ ତଦନ୍ତ ହେଲା ପରେ ପ୍ରକୃତ ଘଟଣା ଜଣାପଡିବ !

ଘଟଣା ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି ୩ ଜଣ ଦୁର୍ବୃତ୍ତ ! ଆଜି ଦିନ ଦ୍ବିପହର ସମୟ ରେ ୩ ଜଣ ଅଜଣା ଦୁର୍ବୃତ୍ତ ଯୁବକ କଳା ପଲସର ବାଇକରେ ଆସି ଏହି ଡେଲିଭରୀ ବୟ ସୁରେଶ ଦଣ୍ଡସେନା କୁ ଛୁରୀ ଦେଖାଇ ଭୟଭୁତ କରିବା ସହ ଆକ୍ରମଣ ମଧ୍ୟ କରିଥିବା ପ୍ରକାଶ କରିଛନ୍ତି ସୁରେଶ ! ବେଜାଗୁଡା ଗ୍ରାମ କୁ କିଛି ଜିନିଷ ଫ୍ଲିପକାର୍ଡ ଅର୍ଡର ଦେବା ନିମନ୍ତେ ବାହାରିଥିଲା ସୁରେଶ ! ସୁରେଶ ବେଜାଗୁଡା ଗ୍ରାମକୁ ଯାଉଥିବା ସମୟରେ ବେଜାଗୁଡା କାଜୁ ବାଡ ପାଖରେ ୩ ଜଣ ଯୁବକ ବାଇକ ଯୋଗେ ଆସି ସୁରେଶ କୁ ଅଟକାଇବା ସହ କାଜୁ ବାଡ ଭିତର କୁ ନେଇ କାଜୁ ଗଛରେ ବାନ୍ଧି ତାହା ଠାରୁ ମୋବାଇଲ ଫୋନ, ଏଟିଏମ କାର୍ଡ,୩ ହଜାର ଟଙ୍କା ଏବଂ କମ୍ପାନୀ ପକ୍ଷରୁ ଆସିଥିବା ଜିନିଷପତ୍ର ନେଇଯାଇଥିଲେ !

ସୁରେଶର ବାଇକ କୁ ଦୂରରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଥିଲେ ୩ ଜଣ ଦୁର୍ବୃତ ! ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକେ ଦେଖି ବୈପାରିଗୁଡା ଥାନାକୁ ଘଟଣା ବିଷୟରେ ଜଣାଇଥିଲେ ! ଖବର ପାଇବା ମାତ୍ର ଥାନା ଅଧିକାରୀ ଏକ ଟିମ୍ ଗଠନ କରି ଘଟଣା ସ୍ଥଳ କୁ ପଠାଇବା ସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଅଧିକାରୀ ଈଶ୍ଵର ତାଣ୍ଡି ! ତେବେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହେବା ପରେ କିଛି କ ରିପୋର୍ଟ ବିକ୍ରାନ୍ତ କୁମାର ବେବର୍ତ୍ତା,

Exit mobile version