ନୟାଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରାଙ୍ଗଣରେ “ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ” ପାଳନ କରା ଯାଇଥିଲା

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ନୟାଗଡ଼ :- ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ , ନୟାଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରାଙ୍ଗଣରେ ‘ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ’ ପାଳନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗ ର ସମ୍ପାଦକ ଶ୍ରୀମତୀ ରଞ୍ଜୁଲତା ଲେଙ୍କା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ସେବା ର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଅନ୍ୟ ଅତିଥି ରୂପେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଓ ସେବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ସଂଯୋଜିକା ଶ୍ରୀମତି ସରସ୍ଵତୀ ମହାପାତ୍ର। ଯୋଗଦେଇଥିଲେ। ମାନସିକ ଅନଗ୍ରସର ଶିଶୁମାନେ ଏହି ସମାଜରେ ସମାନ ଭାବେ ବଞ୍ଚିବାର ଅଧିକାର ରହିଥିବା କଥା ଶ୍ରୀମତି ରଞ୍ଜୁଳତା ଲେଙ୍କା ବୁଝାଇ ଥିଲେ।

ଭିନ୍ନକ୍ଷମ ଶିଶୁ ମାନେ ଅକ୍ଷମ ନୁହନ୍ତି ସେମାନେ ଅନ୍ୟ ଭାବରେ ଅକ୍ଷମ ବୋଲି ଶ୍ରୀ ସଞ୍ଜୟ କୁମାର ସୁବୁଦ୍ଧି ମତ ଦେଇଥିଲେ। ଉକ୍ତ କାର୍ଯକ୍ରମ ରେ ସେବା ର କର୍ମୀ ବନିତା ମଲ୍ଲିକ, ସରିତା ଆଚାର୍ଯ୍ୟ, ଆଶୀର୍ବାଦ ଚୌଧୁରୀ, ସୌମ୍ୟ ରଂଜନ ପଣ୍ଡା ଓ ସଗରିକା ସାହୁ ସହଯୋଗ କରିଥିଲେ । ସଂପୂର୍ଣ୍ଣ କାର୍ଯକ୍ରମ ଟି ସେବା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା।

Exit mobile version