Home ଓଡ଼ିଶା ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ ପ୍ରତିଶୃତି ପରେ ହଟିଲେ ଗ୍ରାମବାସୀ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କଳାହାଣ୍ଡି : – ଖୁଣ୍ଟ ପୋତା ହେବାର ୫ ବର୍ଷ ପରେ ବି ଗାଁକୁ ବିଦ୍ୟୁତ ସେବା ଯୋଗାଣ ନହେବାରୁ ଅତିଷ୍ଠ ହୋଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପିପଲଗୁଡା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ରାସ୍ତା ଅବରୋଧ କରିଥିଲେ । ସକାଳ ୬ ଟା ରୁ ଦିନ ୧୨ ଟା ଯାଏ ମୋଟେର – ଜୟପାଟଣା ମୁଖ୍ୟ ରାସ୍ତାର ପିପଳଗୁଡା ଠାରେ ୬ ଘଣ୍ଟା କାଳ ରାସ୍ତା ଅବରୋଧ କରି ରହିଥିଲେ । ପରେ ବିଭାଗୀୟ କର୍ମଚାରୀ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଛି । ଜୟପାଟଣା ବ୍ଲକ ପିପଲ ଗୁଡା ଗ୍ରାମରେ ପ୍ର।ୟ ୨୫୦ ଜଣ ଉପଭୋକ୍ତା ସୌଭାଗ୍ୟ ଯୋଜନା ତାଲିକାରେ ରହିଛନ୍ତି । ସେମାନଙ୍କୁ ଆଲୁଅ ଯୋଗାଣ ପାଇଁ ଗାଁରେ ଖୁଣ୍ଟ ପୋତା ସରିଛି ହେଲେ ଏ ଯାଏ ସେମାନେ ଆଲୁଅ ଦେଖିନାହାନ୍ତି । ବାରମ୍ବାର ବିଜୁଳି ବିଭାଗ ପାଖରେ ଅଭିଯୋଗ କଲେ ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ଶେଷରେ ଆଜି ସକାଳୁ ରାସ୍ତା ଅବରୋଧ କରିବା ସହ ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତା ଅବରୋଧ କରିଥଲେ । ଫଳରେ ଜୟପାଟଣା ମୋଟେର ରାସ୍ତା ଯାତାୟାତ ଠପ ହୋଇଥିଲା । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କମ୍ ଦିନ ଭିତରେ ବିଦ୍ୟୁତ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଛି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା by Proprietor Abhimanyu Maharana September 4, 2026 ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ by Proprietor Abhimanyu Maharana September 4, 2026 ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି by Proprietor Abhimanyu Maharana September 4, 2026 ୬ରେ ରାଜଧାନୀ କଲେଜ ପୂର୍ବ ଛାତ୍ର ସଂସଦ ସାଧାରଣ ପରିଷଦ by Proprietor Abhimanyu Maharana September 4, 2026 ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ - ଦଶପଲ୍ଲା ବିଧାୟକ by Proprietor Abhimanyu Maharana September 4, 2026 ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍ଘାଟିତ by Proprietor Abhimanyu Maharana September 4, 2026