Home ଓଡ଼ିଶା ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ ପ୍ରତିଶୃତି ପରେ ହଟିଲେ ଗ୍ରାମବାସୀ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କଳାହାଣ୍ଡି : – ଖୁଣ୍ଟ ପୋତା ହେବାର ୫ ବର୍ଷ ପରେ ବି ଗାଁକୁ ବିଦ୍ୟୁତ ସେବା ଯୋଗାଣ ନହେବାରୁ ଅତିଷ୍ଠ ହୋଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପିପଲଗୁଡା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ରାସ୍ତା ଅବରୋଧ କରିଥିଲେ । ସକାଳ ୬ ଟା ରୁ ଦିନ ୧୨ ଟା ଯାଏ ମୋଟେର – ଜୟପାଟଣା ମୁଖ୍ୟ ରାସ୍ତାର ପିପଳଗୁଡା ଠାରେ ୬ ଘଣ୍ଟା କାଳ ରାସ୍ତା ଅବରୋଧ କରି ରହିଥିଲେ । ପରେ ବିଭାଗୀୟ କର୍ମଚାରୀ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଛି । ଜୟପାଟଣା ବ୍ଲକ ପିପଲ ଗୁଡା ଗ୍ରାମରେ ପ୍ର।ୟ ୨୫୦ ଜଣ ଉପଭୋକ୍ତା ସୌଭାଗ୍ୟ ଯୋଜନା ତାଲିକାରେ ରହିଛନ୍ତି । ସେମାନଙ୍କୁ ଆଲୁଅ ଯୋଗାଣ ପାଇଁ ଗାଁରେ ଖୁଣ୍ଟ ପୋତା ସରିଛି ହେଲେ ଏ ଯାଏ ସେମାନେ ଆଲୁଅ ଦେଖିନାହାନ୍ତି । ବାରମ୍ବାର ବିଜୁଳି ବିଭାଗ ପାଖରେ ଅଭିଯୋଗ କଲେ ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ଶେଷରେ ଆଜି ସକାଳୁ ରାସ୍ତା ଅବରୋଧ କରିବା ସହ ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତା ଅବରୋଧ କରିଥଲେ । ଫଳରେ ଜୟପାଟଣା ମୋଟେର ରାସ୍ତା ଯାତାୟାତ ଠପ ହୋଇଥିଲା । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କମ୍ ଦିନ ଭିତରେ ବିଦ୍ୟୁତ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଛି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର by Proprietor Abhimanyu Maharana October 31, 2026 ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ by Proprietor Abhimanyu Maharana October 30, 2026 ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ by Proprietor Abhimanyu Maharana October 30, 2026 Odisha poised to emerge as a global investment destination : Dr Mukesh Mahaling by Proprietor Abhimanyu Maharana October 30, 2026 ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ by Proprietor Abhimanyu Maharana October 30, 2026 Khurda Road Division Organised a Seminar on “Probity for Prosperity” during Vigilance Awareness Week 2026 by Proprietor Abhimanyu Maharana October 30, 2026