Home ଓଡ଼ିଶା କଳାହାଣ୍ଡିକୁ ଲୁଟୁଛି ଟାଟା – ଜନବିରୋଧି ଟାଟା .. ନହେଲେ ଆଗକୁ ହଟହଟା ହେବା ନିଶ୍ଚିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp 1. ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଟାଟାଶୋଷଣରେ ଜନତା ଘାଟାରେ ଏକଥା ବୁଝିବା ଦରକାର I 2. ଜୁଲମ କଲେ ଟାଟା କର୍ମଚାରୀ ଜନତାର ରୋଷର ଶୀକାର ହେବେ ଏ ଆଶଙ୍କା ଜଳଜଳ ଦିଶିଲାଣି I 3. ଦିଲ୍ଲୀ ସରକାରଙ୍କ ବିଦ୍ୟୁତ ଆବଣ୍ଟନ ନୀତି ରାଜ୍ୟ ସରକାର ଆପଣେଇ ଶ୍ରଦ୍ଧାଭାଜନ ହୁଅନ୍ତୁ । ରାଜ୍ୟବାସୀ ବର୍ତ୍ତମାନ ଅତିଷ୍ଠ । ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ଜିଲାରେ ଟାଟା ପାୱ୍ୱାର TPCODL ସଂପ୍ରତି ବିଦ୍ୟୁତସେବା ଯୋଗାଇବା ନାଁରେ ସାଧାରଣ ଜନତାଙ୍କୁ ଶୋଷଣ କରୁଛି I ରାଜ୍ୟ ସରକାରଙ୍କ ସହ ହୋଇଥିବା ବୁଝାମଣାପତ୍ରକୁ ସାର୍ବଜନୀନ ନକରି ଜନତାକୁ ଅନ୍ଧାରରେ ରଖି ମନଇଚ୍ଛା ବିଲ ଆଦାୟକୁ ବିଭିନ୍ନ ସ୍ତରରେ ବିରୋଧ ଆରମ୍ଭ ହେଉଛି l ଏହା ଭବିଷ୍ୟତକୁ ଭଗ୍ରରୂପ ନେବାର ନିଶ୍ଚିତ ସମ୍ଭାବନା ରହିଛି I ଟାଟା ଲଗାଉଥିବା ମିଟରର ଶୁଦ୍ଧତା ସରକାରୀ ସ୍ତରରେ ହୋଇଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ … ଯେଉଁ ସାମାଜିକ କର୍ମୀ ଏକଥା ଉଠାଉଛି ତା’ର ଆକ୍ରୋଶମୂଳକ ଭାବେ ରାତି ଅଧିଆ ବିଦ୍ୟୁତ ସଂଯୋଗ ଛିନ୍ନ ହେବାର ଉଦାହରଣ କଳାହାଣ୍ଡିରେ ଦେଖିବାକୁ ମିଳିଛି I କେଉଁ ବିଦ୍ୟୁତ ଉପକରଣ ବ୍ୟବହାରରେ କେତେ ୟୁନିଟ କେତେ ସମୟରେ ହେଉଛି ତାହାର ମଧ୍ୟ ସୂଚନାଫଳକ ନାହିଁ I ଟାଟା ନେବା ଦିନ ଠାରୁ ବିଦ୍ୟୁତ ଦେୟ ଆଦାୟ କରୁ ଓ ତୃଟିଶୂନ୍ୟ ବିଲ୍ ଦେଇ ଯଥା ସମୟରେ ଉଚ଼ିତ ପଦକ୍ଷେପ ନେଉ ବୋଲି ଜନସାଧାରଣ ଦାବି କରିଛନ୍ତି । ପୂର୍ବ ବକେୟା ପାଇଁ ଟାଳଟୁଳ ନୀତି ନ ଆପଣେଇ କନିଷ୍ଠଯନ୍ତ୍ରୀ ସ୍ତରରେ ଜନପ୍ରତିନିଧି ଓ ବିଭାଗୀୟ କମଚାରୀଙ୍କ ମିଳିତ ବିଚାରରେ ସମାଧାନ ହେଉ ତାହା ସମୟ ଦେଇ ଏକକାଳୀନ ବା କିସ୍ତି ଆଧାରରେ କରାଯିବା ଦରକାର I ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଟାଟାଶୋଷଣରେ ଜନତା ଘାଟାରେ ଏକଥା ବୁଝିବା ଦରକାର I ଜୁଲମ କଲେ ଟାଟା କର୍ମଚାରୀ ଜନତାର ରୋଷର ଶୀକାର ହେବେ ଏ ଆଶଙ୍କା ଜଳଜଳ ଦିଶିଲାଣି I ଦିଲ୍ଲୀ ସରକାରଙ୍କ ବିଦ୍ୟୁତ ଆବଣ୍ଟନ ନୀତି ରାଜ୍ୟ ସରକାର ଆପଣେଇ ଶ୍ରଦ୍ଧାଭାଜନ ହୁଅନ୍ତୁ । ରାଜ୍ୟବାସୀ ବର୍ତ୍ତମାନ ଅତିଷ୍ଠ । ଏପରିକି ଦେୟ ଦେଇସାରିବା ପରେ ମଧ୍ୟ ତୃଟିଯୁକ୍ତ ବିଲ ପାଇ ଜନତା ସଂଶୋଧନ ପାଇଁ ଧାଇଁ ଧାଇଁ ନୟାନ୍ତ କିନ୍ତୁ ମିଳୁନି ଆଶ୍ୱସ୍ତି I ସେବା ଯୋଗାଣରେ ଅବ୍ୟବସ୍ଥା ଓ ଦିନେ ଦିନେ ଘନଘନ ଘଣ୍ଟାଘଣ୍ଟା ଧରି ବିଦ୍ୟୁତକାଟରେ ଗ୍ରାହକ ତୀବ୍ର ଅସନ୍ତୁଷ୍ଟ I ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଟାଟାପାୱାରର ବ୍ରିଟିଶର ବ୍ୟବସାୟୀ ମନୋଭାବ ନେଇ କାମ କରୁଥିବାରୁ ଏକ ଜନମଙ୍ଗଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶତାଧିକ ଗ୍ରାହକ ମତ ରଖିଛନ୍ତି I ଏପରିକି ରାଜ୍ୟ ସରକାର ପୂର୍ବ ବିଦ୍ୟୁତ ବକେୟା ଛାଡ଼, ଟାଟାର ମନମାନୀ ବନ୍ଦ ଓ ଦିଲ୍ଲୀ ସରକାର ନୀତି ଗ୍ରହଣ ପାଇଁ ଦାବୀ ଜୋର ଧରିଛି। ଜନବିରୋଧି ଟାଟା ନହେଲେ ଆଗକୁ ହଟହଟା ହେବା ନିଶ୍ଚିତ l Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026