Home ଓଡ଼ିଶା କଳାହାଣ୍ଡିକୁ ଲୁଟୁଛି ଟାଟା – ଜନବିରୋଧି ଟାଟା .. ନହେଲେ ଆଗକୁ ହଟହଟା ହେବା ନିଶ୍ଚିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp 1. ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଟାଟାଶୋଷଣରେ ଜନତା ଘାଟାରେ ଏକଥା ବୁଝିବା ଦରକାର I 2. ଜୁଲମ କଲେ ଟାଟା କର୍ମଚାରୀ ଜନତାର ରୋଷର ଶୀକାର ହେବେ ଏ ଆଶଙ୍କା ଜଳଜଳ ଦିଶିଲାଣି I 3. ଦିଲ୍ଲୀ ସରକାରଙ୍କ ବିଦ୍ୟୁତ ଆବଣ୍ଟନ ନୀତି ରାଜ୍ୟ ସରକାର ଆପଣେଇ ଶ୍ରଦ୍ଧାଭାଜନ ହୁଅନ୍ତୁ । ରାଜ୍ୟବାସୀ ବର୍ତ୍ତମାନ ଅତିଷ୍ଠ । ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ଜିଲାରେ ଟାଟା ପାୱ୍ୱାର TPCODL ସଂପ୍ରତି ବିଦ୍ୟୁତସେବା ଯୋଗାଇବା ନାଁରେ ସାଧାରଣ ଜନତାଙ୍କୁ ଶୋଷଣ କରୁଛି I ରାଜ୍ୟ ସରକାରଙ୍କ ସହ ହୋଇଥିବା ବୁଝାମଣାପତ୍ରକୁ ସାର୍ବଜନୀନ ନକରି ଜନତାକୁ ଅନ୍ଧାରରେ ରଖି ମନଇଚ୍ଛା ବିଲ ଆଦାୟକୁ ବିଭିନ୍ନ ସ୍ତରରେ ବିରୋଧ ଆରମ୍ଭ ହେଉଛି l ଏହା ଭବିଷ୍ୟତକୁ ଭଗ୍ରରୂପ ନେବାର ନିଶ୍ଚିତ ସମ୍ଭାବନା ରହିଛି I ଟାଟା ଲଗାଉଥିବା ମିଟରର ଶୁଦ୍ଧତା ସରକାରୀ ସ୍ତରରେ ହୋଇଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ … ଯେଉଁ ସାମାଜିକ କର୍ମୀ ଏକଥା ଉଠାଉଛି ତା’ର ଆକ୍ରୋଶମୂଳକ ଭାବେ ରାତି ଅଧିଆ ବିଦ୍ୟୁତ ସଂଯୋଗ ଛିନ୍ନ ହେବାର ଉଦାହରଣ କଳାହାଣ୍ଡିରେ ଦେଖିବାକୁ ମିଳିଛି I କେଉଁ ବିଦ୍ୟୁତ ଉପକରଣ ବ୍ୟବହାରରେ କେତେ ୟୁନିଟ କେତେ ସମୟରେ ହେଉଛି ତାହାର ମଧ୍ୟ ସୂଚନାଫଳକ ନାହିଁ I ଟାଟା ନେବା ଦିନ ଠାରୁ ବିଦ୍ୟୁତ ଦେୟ ଆଦାୟ କରୁ ଓ ତୃଟିଶୂନ୍ୟ ବିଲ୍ ଦେଇ ଯଥା ସମୟରେ ଉଚ଼ିତ ପଦକ୍ଷେପ ନେଉ ବୋଲି ଜନସାଧାରଣ ଦାବି କରିଛନ୍ତି । ପୂର୍ବ ବକେୟା ପାଇଁ ଟାଳଟୁଳ ନୀତି ନ ଆପଣେଇ କନିଷ୍ଠଯନ୍ତ୍ରୀ ସ୍ତରରେ ଜନପ୍ରତିନିଧି ଓ ବିଭାଗୀୟ କମଚାରୀଙ୍କ ମିଳିତ ବିଚାରରେ ସମାଧାନ ହେଉ ତାହା ସମୟ ଦେଇ ଏକକାଳୀନ ବା କିସ୍ତି ଆଧାରରେ କରାଯିବା ଦରକାର I ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଟାଟାଶୋଷଣରେ ଜନତା ଘାଟାରେ ଏକଥା ବୁଝିବା ଦରକାର I ଜୁଲମ କଲେ ଟାଟା କର୍ମଚାରୀ ଜନତାର ରୋଷର ଶୀକାର ହେବେ ଏ ଆଶଙ୍କା ଜଳଜଳ ଦିଶିଲାଣି I ଦିଲ୍ଲୀ ସରକାରଙ୍କ ବିଦ୍ୟୁତ ଆବଣ୍ଟନ ନୀତି ରାଜ୍ୟ ସରକାର ଆପଣେଇ ଶ୍ରଦ୍ଧାଭାଜନ ହୁଅନ୍ତୁ । ରାଜ୍ୟବାସୀ ବର୍ତ୍ତମାନ ଅତିଷ୍ଠ । ଏପରିକି ଦେୟ ଦେଇସାରିବା ପରେ ମଧ୍ୟ ତୃଟିଯୁକ୍ତ ବିଲ ପାଇ ଜନତା ସଂଶୋଧନ ପାଇଁ ଧାଇଁ ଧାଇଁ ନୟାନ୍ତ କିନ୍ତୁ ମିଳୁନି ଆଶ୍ୱସ୍ତି I ସେବା ଯୋଗାଣରେ ଅବ୍ୟବସ୍ଥା ଓ ଦିନେ ଦିନେ ଘନଘନ ଘଣ୍ଟାଘଣ୍ଟା ଧରି ବିଦ୍ୟୁତକାଟରେ ଗ୍ରାହକ ତୀବ୍ର ଅସନ୍ତୁଷ୍ଟ I ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଟାଟାପାୱାରର ବ୍ରିଟିଶର ବ୍ୟବସାୟୀ ମନୋଭାବ ନେଇ କାମ କରୁଥିବାରୁ ଏକ ଜନମଙ୍ଗଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶତାଧିକ ଗ୍ରାହକ ମତ ରଖିଛନ୍ତି I ଏପରିକି ରାଜ୍ୟ ସରକାର ପୂର୍ବ ବିଦ୍ୟୁତ ବକେୟା ଛାଡ଼, ଟାଟାର ମନମାନୀ ବନ୍ଦ ଓ ଦିଲ୍ଲୀ ସରକାର ନୀତି ଗ୍ରହଣ ପାଇଁ ଦାବୀ ଜୋର ଧରିଛି। ଜନବିରୋଧି ଟାଟା ନହେଲେ ଆଗକୁ ହଟହଟା ହେବା ନିଶ୍ଚିତ l Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର by Proprietor Abhimanyu Maharana October 31, 2026 ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ by Proprietor Abhimanyu Maharana October 30, 2026 ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ by Proprietor Abhimanyu Maharana October 30, 2026 Odisha poised to emerge as a global investment destination : Dr Mukesh Mahaling by Proprietor Abhimanyu Maharana October 30, 2026 ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ by Proprietor Abhimanyu Maharana October 30, 2026 Khurda Road Division Organised a Seminar on “Probity for Prosperity” during Vigilance Awareness Week 2026 by Proprietor Abhimanyu Maharana October 30, 2026