ସଂପ୍ରତି ବିଦ୍ୟୁତସେବା ଯୋଗାଇବା ନାଁରେ ସାଧାରଣ ଜନତାଙ୍କୁ ଶୋଷଣ କରୁଛି ଟାଟା ପାୱ୍ୱାର TPCODL : ନୟାଗଡ଼ ନିର୍ବାଚନ ମଣ୍ଡଳୀକୁ ଲୁଟୁଛି ଟାଟା – ଜନବିରୋଧି ଟାଟା ବିରୁଦ୍ଧରେ ଦାନା ବାନ୍ଧୁଛି ଆନ୍ଦୋଳନ

1. କେଉଁ ବିଦ୍ୟୁତ ଉପକରଣ ବ୍ୟବହାରରେ କେତେ ୟୁନିଟ କେତେ ସମୟରେ ହେଉଛି ତାହାର ମଧ୍ୟ ସୂଚନାଫଳକ ନାହିଁ  I

2. ଟାଟା ଲଗାଉଥିବା ମିଟରର ଶୁଦ୍ଧତା ସରକାରୀ ସ୍ତରରେ ହୋଇଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ !!

3. ଜୁଲମ କଲେ ଟାଟା କର୍ମଚାରୀ ଜନତାର ରୋଷର ଶୀକାର ହେବେ ଏ ଆଶଙ୍କା ଜଳଜଳ ଦିଶିଲାଣି I

4. ତୃଟିଯୁକ୍ତ ବିଲ ପାଇ ଜନତା ସଂଶୋଧନ ପାଇଁ ଧାଇଁ ଧାଇଁ ନୟାନ୍ତ କିନ୍ତୁ ମିଳୁନି ଆଶ୍ୱସ୍ତ

5. ରାଜ୍ୟ ସରକାରଙ୍କ ସହ ହୋଇଥିବା ବୁଝାମଣାପତ୍ରକୁ ସାର୍ବଜନୀନ ନକରି ଜନତାକୁ ଅନ୍ଧାରରେ ରଖି ମନଇଚ୍ଛା ବିଲ ଆଦାୟକୁ ବିଭିନ୍ନ ସ୍ତରରେ ବିରୋଧ ଆରମ୍ଭ ହେଉଛି l

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ନୟାଗଡ଼ :- ନୟାଗଡ଼ ନିର୍ବାଚନମଣ୍ଡଳୀରେ ରେ ଟାଟା ପାୱ୍ୱାର TPCODL ସଂପ୍ରତି ବିଦ୍ୟୁତସେବା ଯୋଗାଇବା ନାଁରେ ସାଧାରଣ ଜନତାଙ୍କୁ ଶୋଷଣ କରୁଛି I ରାଜ୍ୟ ସରକାରଙ୍କ ସହ ହୋଇଥିବା ବୁଝାମଣାପତ୍ରକୁ ସାର୍ବଜନୀନ ନକରି ଜନତାକୁ ଅନ୍ଧାରରେ ରଖି ମନଇଚ୍ଛା ବିଲ ଆଦାୟକୁ ବିଭିନ୍ନ ସ୍ତରରେ ବିରୋଧ ଆରମ୍ଭ ହେଉଛି l ଏହା ଭବିଷ୍ୟତକୁ ଭଗ୍ରରୂପ ନେବାର ନିଶ୍ଚିତ ସମ୍ଭାବନା ରହିଛି I

ଟାଟା ଲଗାଉଥିବା ମିଟରର ଶୁଦ୍ଧତା ସରକାରୀ ସ୍ତରରେ ହୋଇଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ !! ଯେଉଁ ସାମାଜିକ କର୍ମୀ ଏକଥା ଉଠାଉଛି ତା’ର ଆକ୍ରୋଶମୂଳକ ଭାବେ ରାତି ଅଧିଆ ବିଦ୍ୟୁତ ସଂଯୋଗ ଛିନ୍ନ ହେବାର ଉଦାହରଣ ନୟାଗଡ଼ରେ ଦେଖିବାକୁ ମିଳିଛି I କେଉଁ ବିଦ୍ୟୁତ ଉପକରଣ ବ୍ୟବହାରରେ କେତେ ୟୁନିଟ କେତେ ସମୟରେ ହେଉଛି ତାହାର ମଧ୍ୟ ସୂଚନାଫଳକ ନାହିଁ I

ଟାଟା ନେବା ଦିନ ଠାରୁ ବିଦ୍ୟୁତ ଦେୟ ଆଦାୟ କରୁ ଓ ତୃଟିଶୂନ୍ୟ ବିଲ୍ ଦେଇ ଯଥା ସମୟରେ ଉଚ଼ିତ ପଦକ୍ଷେପ ନେଉ ବୋଲି ଜନସାଧାରଣ ଦାବି କରିଛନ୍ତି । ପୂର୍ବ ବକେୟା ପାଇଁ ଟାଳଟୁଳ ନୀତି ନ ଆପଣେଇ କନିଷ୍ଠଯନ୍ତ୍ରୀ ସ୍ତରରେ ଜନପ୍ରତିନିଧି ଓ ବିଭାଗୀୟ କମଚାରୀଙ୍କ ମିଳିତ ବିଚାରରେ ସମାଧାନ ହେଉ ତାହା ସମୟ ଦେଇ ଏକକାଳୀନ ବା କିସ୍ତି ଆଧାରରେ କରାଯିବା ଦରକାର I ଜୁଲମ କଲେ ଟାଟା କର୍ମଚାରୀ ଜନତାର ରୋଷର ଶୀକାର ହେବେ ଏ ଆଶଙ୍କା ଜଳଜଳ ଦିଶିଲାଣି | ରାଜ୍ୟବାସୀ ବର୍ତ୍ତମାନ ଅତିଷ୍ଠ ।

ଏପରିକି ଦେୟ ଦେଇସାରିବା ପରେ ମଧ୍ୟ ତୃଟିଯୁକ୍ତ ବିଲ ପାଇ ଜନତା ସଂଶୋଧନ ପାଇଁ ଧାଇଁ ଧାଇଁ ନୟାନ୍ତ କିନ୍ତୁ ମିଳୁନି ଆଶ୍ୱସ୍ତ I ସେବା ଯୋଗାଣରେ ଅବ୍ୟବସ୍ଥା ଓ ଦିନେ ଦିନେ ଘନଘନ ଘଣ୍ଟାଘଣ୍ଟା ଧରି ବିଦ୍ୟୁତକାଟ ରେ ଗ୍ରାହକ ତୀବ୍ର ଅସନ୍ତୁଷ୍ଟ I ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଟାଟାପାୱାରର ବ୍ରିଟିଶର ବ୍ୟବସାୟୀ ମନୋଭାବ ନେଇ କାମ କରୁଥିବାରୁ ଏକ ଜନମଙ୍ଗଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶତାଧିକ ଗ୍ରାହକ ମତ ରଖିଛନ୍ତି I

Exit mobile version