ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଉଛି

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ସମ୍ଭାବ୍ୟ ବାତ୍ୟା”ଜୱାଦ”ଗଜପତି ଜିଲ୍ଲାକୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଗଜପତିଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳ ଲିଙ୍ଗରାଜ ପଣ୍ଡା ରାଜ୍ୟ ରିଲିଫ କମିଶନର ଙ୍କ ନିର୍ଦେଶ ପ୍ରକାରେ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କୁ ଲଗାଇ ଗାଁ ଗାଁ ବୁଲି ମାଇକ ପ୍ରଚାର କରି ନିଜେ ସୁବିଧାରେ ରହିବା ସହ ନିଜ ଫସଲ ଏବଂ

ଜମିରେ ଥିବା ଫସଲକୁ ଜାଗ୍ରତରେ ରଖିବା ସହ ନିଜ ଘରନିକଟରେ ଥିବା ସରକାରୀ କାର୍ଯ୍ୟାଳୟ ଗୁଡିକର ସାହାଯ୍ୟ ନେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଜିଲାପାଳ ଙ୍କ ନିର୍ଦ୍ଧେଶ ଜିଲ୍ଲା ପ୍ରଶାସନ ର ସମସ୍ତ ବିଭିନ୍ନବିଭାଗର ଅଧିକାରୀ ମାନେ ବ୍ଲକଗୁଡ଼ିକର ବିଭିନ୍ନ ଗ୍ରାମ ଗସ୍ତକରି ବ୍ଲକ ସ୍ତରରେ ସମସ୍ତ କର୍ମଚାରୀଙ୍କୁ ଧରି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ନିମନ୍ତେ ଖସଡ଼ା ପ୍ରସ୍ତୁତ କରି ରହିଥିବା ଜଣାପଡିଛି ।

Exit mobile version