ମୌଳିକ ସୁବିଧାରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଶିଆଳି ପଞ୍ଚାୟତର : କାଳିଆ ସାହୁ ଗୁଡା ଗ୍ରାମ ଜିଲ୍ଲା ଓ ବ୍ଲକ ପ୍ରଶାସନ ଡ୍ରଷ୍ଟି ଦେବାକୁ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନାଗର ବ୍ଲକର ଶିଆଳି ଗ୍ରାମ ପଞ୍ଚାୟତର କାଳିଆ ସାହୁ ଗୁଡା ଗ୍ରାମ l ହରିପୁର ଗ୍ରାମ ଠାରୁ ମାତ୍ର ଦେଢ଼ କିମି ରାସ୍ତା ରେ ଏହି ଗ୍ରାମ ଅବସ୍ଥିତ l ଗ୍ରାମରେ ବାସ କରନ୍ତି ବହୁ ଆଦିବାସୀ ଲୋକ ବାସ କରୁଛନ୍ତି ସେହି ଗ୍ରାମକୁ ଯିବା କୁ ଠିକ୍ ରାସ୍ତାନାହିଁ ଏକ ପୋଖରୀ ହୁଡ଼ାରେ ମାଟି ରାସ୍ତା ଖାଲ ଢ଼େପରେ ପରିପୂର୍ଣ l ଅଳ୍ପ ବର୍ଷା ପଡିଲେ ଆଣ୍ଠୁଏ ଲେଖାଏ କାଦୁଅ ଯାହାଫଳରେ ଗ୍ରାମ ବାସି ଯିବା ଆସିବା ବେଳେ ଦୁର୍ଘଟଣା ଘଟିବା ସହ ବିପଦ ପୂର୍ଣ ରାସ୍ତାରେ ଯିବାକୁ ପଡୁଛି l ୨ ବର୍ଷ ହେଲେ ସୋଲାର ଲାଇଟ ପଞ୍ଚାୟତ ତରଫ ରୁ ଲଗାଯାଇ ଥିଲା ତାହା ମଧ୍ୟ୍ୟ ଦୀର୍ଘ ଦିନ ହେଲା କାମ କରୁନି l

ପିଇବା ପାଣି ପାଇଁ ଏକ ନଳକୂପ ରୁ ଦୂଷିତ ପାଣି ବାହାରୁଛି l ନିକଟରେ ଥିବା ଏକ କୁଅଁ ରୁ ପାଣି ପିଇବା କୁ ବାଧ୍ୟ୍ୟ ହେବାକୁ ପଡୁଛି ଓ ଖରା ଦିନରେ କୁଅଁ ରେ ପାଣି ରହୁନି l କୁଅଁ ରୁ ଦୂଷିତ ପାଣି ପିଇ ଲୋକେ ନାନା ରୋଗ ରେ ପୀଡିତ ହୋଉଛନ୍ତି l ଗ୍ରାମ ରେ ବସବାସ କରୁଥିବା ଜଣସାଧାରଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ଓ ଗର୍ବବତୀ ମହିଳା ମାନଙ୍କୁ ଚିକିତ୍ସାଳୟ କୁ ନେବା ପାଇଁ ଆମ୍ବୁଲାନ୍ସ ଗ୍ରାମ ରେ ପହଞ୍ଚିପାରୁ ନାହିଁ l ଟିକେ ବର୍ଷା ପଡିଲେ ଗ୍ରାମର ଛାତ୍ରଛାତ୍ରୀ ସ୍କୁଲ କୁ ଯିବା ହଇରାଣ ହୋଉଛନ୍ତି l

ଉକ୍ତ ଗ୍ରାମରେ ୩୦ ଗୋଟି ଘର ଥିବା ବେଳେ ୧୪୨ଜଣ ବସବାସ କରୁଥିବା ବେଳେ ସେଥିରୁ ୭୩ଜଣ ପୁରୁଷ ଥିବା ବେଳେ ମହିଳା ସଂଖ୍ୟା ୬୯ଜଣ ବସବାସ କରୁଛନ୍ତି l ପ୍ରତି ବର୍ଷ ନିର୍ବାଚନ ଆସିଲେ ବହୁ ରାଜନେତା ମାନଙ୍କ ଗ୍ରାମରେ ଦେଖା ମିଳୁଛି ଓ ଖାଲି ପ୍ରତିଶୃତି ଦେଉଛନ୍ତି ନିର୍ବାଚନ ସରିଲା ପରେ କାହାର ଦେଖା ମିଳୁ ନାହିଁ ବୋଲି ସୁରେଶ ଶବର, ଗୋପୀ ଶବର, ଫକିର ଶବର, ସିମା ଶବର, ଗଜାରୀ ଶବର, ଶାନ୍ତି ଶବର, ଭାରତୀ ଶବର ବହୁ ଗ୍ରାମ ବାସି ଅଭିଯୋଗ କରିଛନ୍ତି l ବାରମ୍ବାର ବ୍ଲକ କାର୍ଯ୍ୟଳୟ କୁ ଯାଇ ଜଣାଇଲେ ମଧ୍ୟ୍ୟ କେହି ଗୁହାରି ଶୁଣୁ ନାହାନ୍ତି ବୋଲି ଗ୍ରାମ ବାସି ମାନେ ଅଭିଯୋଗ କରିଛନ୍ତି l

ଯଦି ନିର୍ବାଚନ ପୂର୍ବରୁ ରାସ୍ତା ଓ ପାଣିର ସମସ୍ୟା କାର୍ଯ୍ୟ କରି ନ ହୁଏ ତେବେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି l ଏ ନେଇ କାଶୀନାଗର ବିଡ଼ିଓ ଲକ୍ଷ୍ମୀ ପ୍ରସାଦ ସାହୁ ଙ୍କୁ ପଚାରିବା ରୁ ସେ କହିଲେ ଯେ, ମୁଁ ବର୍ତ୍ତମାନ ନୁଆଁ ରେ ଦାୟିତ୍ୱ ନେଇଛି ଅଳ୍ପ ଦିନ ମଧ୍ୟ୍ୟ ରେ ସମସ୍ୟା ର ସମାଧାନ କରିବି ବୋଲି ସୂଚନା ଦେଇଛନ୍ତି l

Exit mobile version