ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଲାବାଣ୍ୟଗଡ ପଞ୍ଚାୟତ : ଅନ୍ତର୍ଗତ ମାରିଙ୍ଗୀ ଗ୍ରାମ ଠାରେ୨୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବାଖାଦ୍ୟ ପକ୍ରୀୟାକରଣ ୟୁନିଟ – ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଭିତିପ୍ରସ୍ଥ୍ରର ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଗୋଶାଣି ବ୍ଳକ ଲାବଣ୍ୟ ଗଡ଼ ପଞ୍ଚାୟତର ମାରିଙ୍ଗି ଠାରେ ୨୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଖାଦ୍ୟ ପ୍ରକ୍ରିୟା କରଣ ୟୁନିଟ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କଂଫେରେନ୍ ସି ମାଧ୍ୟମରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । ଏହି ୟୁନିଟ ଅଦରକାରୀ ଖାଦ୍ୟ ପଦାର୍ଥ ଯଥା ପନିପରିବା,କୁଣ୍ଡା, ମକାକୁ କଞ୍ଚାମାଲ ହିସାବରେ ଗ୍ରହଣ କରିବ । ଏହି ପ୍ରକଳ୍ପ ୨୦୨୩ ଜାନୁୟାରୀରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇ ଥିବା ବେଳେ ଏଥିରେ ପ୍ରତ୍ୟକ୍ଷ ଭାବେ ୨୦୦ରୁ ଅଧିକ ନିର୍ଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରଖା ଯାଇଛି ।

ପରୋକ୍ଷ ଭାବେ ବିଭିନ୍ନ କୃଷି ଭିତ୍ତିକ ଶ୍ରମିକ ଏବଂ କୃଷକମାନେ ମଧ୍ୟ ନିୟୋଜିତ ହେବାର ଯୋଜନା ରହିଛି । ଏହି ପ୍ରକଳ୍ପର କ୍ଷମତା ଡିନକୁ ୧୫୭କିଲୋ ଲିଟର ରହିଛି । ଏହି ପ୍ରକଳ୍ପ ନିମନ୍ତେ ଇଡ଼କୋ ୩୦ଏକର ଜମି କମ୍ପାନୀକୁ ଯୋଗାଇ ଦେଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା,ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ,ଉପ ଜିଲ୍ଲା ପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାରଣା,

ଇଡ଼କୋ ଡିଭିଜନାଲ ମୁଖ୍ୟ ବ୍ରହ୍ମପୁରର ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ଜାନି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନୀଳମାଧବ ମାଝୀ ପ୍ରମୁଖ ଯୋଗ ଦେଇ ଥିବା ବେଳେ କୋଷ୍ଟ ।  ଲ ବାୟୋଟେକ ପ୍ରାଇଭେଟ ଲିମିଟେଡ଼, ବିଶାଖାପଟଣାର ଅଧ୍ୟକ୍ଷ ଟି. ବାଲସ୍ୱରାଜ ଏବଂ ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଭାନେସ୍ୱା ବାଲ ସ୍ଵରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୋଷ୍ଟ । ଲ ବାୟୋଟେକ ପ୍ରାଇଭେଟ ଲିମିଟେଡ଼ କାର୍ଯ୍ୟାଳୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ

Exit mobile version