ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ଼ିସେମ୍ବର ବିଶ୍ୱ ଏଇଡ୍ସ ଦିବସ ପାଳିତ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର, ଏଡିପିଏଚଓ (ଟିବି)  ଡା. ରବି ନାରାୟଣ ଦାସ, ଏଡିପିଏଚ ଓ(ଏଫ ଡବ୍ଲୁ) ଡା.ମହିନ୍ଦ୍ର କୁମାର ଭୂୟାଁ, ଡିପିଏମ୍ ସୌମ୍ୟା ରାଣୀ ଗୌଡ଼ ଯୋଗ ଦେଇଥିଲେ I ଏବଂ ସ୍ୱେଚ୍ଛା ସେବି ଅନୁଷ୍ଠାନ ସ୍ୱବସ ତଥା ଏସ କେସିଜି କଲେଜ ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ. ଉକ୍ତ ସଭା କୁ ଜିଲ୍ଲା ଆଇସିଟିସି ସୁପରଭାଇଜର ଶକ୍ତି ପ୍ରସାଦ ପଟନାୟାକ ପରିଚାଳନା କରିଥିଲେ |

ମୁଖ୍ୟ ଜିଲ୍ହା ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ପାତ୍ର ଏଚ ଆଇ ଭି ର କାରଣ ଓ ନିରାକରଣ ବିଷୟ ରେ ସଚେତନତା ବାର୍ତା ସମସ୍ତ ଙ୍କୁ ଦେଇଥିଲେ ଏବଂ ଯୁବ ପିଢ଼ି କିପରି ଏହି ବାର୍ତା କୁ ସଠିକ ରୂପେ ପାଳିବେ ସେ ବିଷୟ ରେ ମଧ୍ୟ ପରାମର୍ଶ ଦେଇଥିଲେ. ତତ ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା ମାନେ କିପରି ନିଜର ଏଚ୍ ଆଇ ଭି ପରୀକ୍ଷା କରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ଏବଂ ଏକ ବକୃତା ପ୍ରତିଯଗିତା ଅନୁଷ୍ଠିତ ହୋଇଥିଲା ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା ।

Exit mobile version