ବଜ୍ରପାତରେ ଘରର କାନ୍ଥ ଫାଟିଲା, ଛାତ ପଲସ୍ତର ଖସିଲା

ହିଞ୍ଜିଳିକାଟୁ,ଶେଷଦେବ ( ଓଡିଶା ତାଜା ନ୍ୟୁଜ୍‌ ) ବଜ୍ରପାତରେ ଘରର କାନ୍ଥ ଫାଟିଲା, ୨ ମଇ,ଶନିବାର : – ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଭୀଷଣ ବର୍ଷା ପବନ ସାଙ୍ଗକୁ ବ୍ରଜପାତ ଘଟିଥିଲା । ବ୍ରଜପାତରେ ହିଞ୍ଜିଳିକାଟୁ ବ୍ଳକ ବାଦିଆମ୍ବଗାଁ ପଂଚାୟତର ପଦ୍ମଚରଣ ମହାନ୍ତିଙ୍କ ଘରର କାନ୍ଥ ଫାଟି ଯାଇଥିବା ବେଳେ ସେହି ଗ୍ରାମର ସଦାନନ୍ଦ ଗୌଡ଼ଙ୍କ ଘର ଛାତର କିଛି ଅଂଶ ପଲସ୍ତର ଖସି ପଡ଼ିଥିଲା । ସୌଭାଗ୍ୟବଶତଃ ଉକ୍ତ ସମୟରେ ପରିବାର ସଦସ୍ୟ ସେହି କୋଠରିରେ ଉପସ୍ଥିତ ନଥିଲେ । ଘଟଣଶ ପରେ ପରିବାର ସଦସ୍ୟ ଏକ ନିଶ୍ଚିତ ଦୂର୍ଘଟଣାରୁ ରକ୍ଷା ପାଇଥିବା କହିଛନ୍ତି । ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କିଛି ଲୋକଙ୍କ ଗୁହାଳ ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି ।

Exit mobile version