Home ଓଡ଼ିଶା ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ – ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ଫରେଷ୍ଟ ପାର୍କସ୍ଥିତ ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ଆମେରିକାର ବରିଷ୍ଠ ବୈଜ୍ଞାନିକ ଡ. ଶୀତକଣ୍ଠ ଦାସ, ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଡା. ନିହାର ରଞ୍ଜନ ରାୟ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଅରୁଣ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କରୋନା କାଳରେ ଜୀବନକୁ ବିପନ୍ନ କରି ଚିକିତ୍ସା ସେବାରେ ନିଜକୁ ସମର୍ପିତ କରିଥିବା ଡାକ୍ତରବୃନ୍ଦ ଯଥା ଡା.ସୁବ୍ରତ ମହାନ୍ତି, ଡା. ଗୟାଧର ବେହେରା, ଡା. ପ୍ରଦୀପ୍ତ ତ୍ରପାଠୀ, ଡା.ଦେବବ୍ରତ୍ତ ବିଶ୍ୱାଳ, ଡା. ପି.ସି. ସାହୁ, ପ୍ରଫେସର ଡା. ଚତ୍ରୁଭୁଜ ଭୂୟାଁ, ଡା. ନାରାୟଣ ରାଉତ, ଡା. ସି.ଆର୍. ଦାସ, ଡା. ସୁନିତା ମିଶ୍ର, ଡା. ଜୟ ପ୍ରକାଶ ପାଣି, ଡା. ରାଜୀବ ପାତ୍ର, ଡା. ଶ୍ରିକାନ୍ତ ବେହେରା, ଡା. ପ୍ରଣବ ପଟ୍ଟନାୟକ, ଡା. ସୁମିତ ମହାନ୍ତି, ଡା. ସତ୍ୟବ୍ରତ ଦାଶ, ଡା. ସମରେନ୍ଦ୍ର ବେହେରା, ପ୍ରଫେସର ଡା. ଶଶିକାନ୍ତ ମହାପାତ୍ର, ଡା. ଦୀପକ ରଞ୍ଜନ ଦାସ, ଶ୍ରୀମତୀ ରୀନାବାଳା ପରିଡ଼ା, ସମାଜସେବୀ ଚିନ୍ମୟ ପାତ୍ର, ଡା.ସ୍ୱାଧୀନ କୁମାର ରାଉତ ପ୍ରମୁଖଙ୍କୁ ଦେବଦୂତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ‘ହେଲ୍ଥ ଆଟ ୟୋର କମାଣ୍ଡ’ ଶିର୍ଷକ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଚିକିତ୍ସାଳୟର ପ୍ରତିଷ୍ଠାତା ଡା. ଅକ୍ଷୟ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ପ୍ରଶାସନିକ ମୁଖ୍ୟ ଡା. ଚିଦାତ୍ମିକା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026