ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ରଙ୍କ ଅବସର ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ବାଙ୍କୀ :- ବାଙ୍କୀର ସର୍ବପୁରାତନ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ସଂସ୍କୃତ ଶିକ୍ଷକ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର  ୩୩ବର୍ଷର ସରକାରୀ ଚାକିରି ରେ ରହିବା ପରେ ଆଜି ଅବସର ଗ୍ରହଣ କରିଛନ୍ତି । ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଗହଣରେ ପ୍ରଧାନ ଶିକ୍ଷକ ଦେବାଶିଷ ହାଜେରା ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କର ପ୍ରୋଭିଜନାଲ୍ ପେନସନ୍ ନିର୍ଦ୍ଦେଶନାମା, ଗୋଷ୍ଠୀ ବୀମା ଦେୟ ଅର୍ଥ ରାଶି ଓ ଅବସର ଗ୍ରହଣର ଅଦେଶ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ କାହ୍ନୁଚରଣ ସାହୁ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଅଜୟ କୁମାର ଦିକ୍ଷୀତ୍‌, ସୁବୋଧ ଚନ୍ଦ୍ର ବେହେରା ଓ ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଯୋଗଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଆସନ୍ତା ୧୧ତାରିଖରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣୀକା “ଶ୍ରଦ୍ଧା ବଲ୍ଲରୀ” ଉନ୍ମୋଚନ କରାଯିବ ବୋଲି ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି ।

Exit mobile version