ସାହିତ୍ୟ ପତ୍ରିକା ‘ସ୍ମୃତିଲିପି’ର ରଜତ ଜୟନ୍ତୀ ବିଶେଷାଙ୍କ ଲୋକାର୍ପିତ

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ହଳଦୀଗଡିଆ ସ୍ଥିତ ସତ୍ୟନାରାୟଣ ପାଠାଗାରରୁ ପ୍ରକାଶ ପାଉଥିବା ଜନଚେତନାର ପ୍ରତୀକ ତ୍ରୟମାସିକ ସାହିତ୍ୟ ପତ୍ରିକା ‘ସ୍ମୃତିଲିପି’ର ରଜତ ଜୟନ୍ତୀ ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି ା ପତ୍ରିକାର ସଂପାଦକ ଭୁବନମୋହନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପିତ ଉତ୍ସବରେ ମୁଖ୍ୟଅତିଥିଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷକୁମାର ମିଶ୍ର ପତ୍ରିକାକୁ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଥିଲେ ।

ଅନ୍ୟତମ ଅତିଥିଭାବେ ବ୍ୟାସନଗର ସ୍ୱଂୟ ଶାସିତ ମହାବିଦ୍ୟାଳୟ ଇଂଗ୍ରାଜୀ ଅଧ୍ୟାପିକା ଡକ୍ଟର ପ୍ରଜ୍ଞାପ୍ରବର୍ତିକା ଦାଶ ଯୋଗଦେଇ ଭାଷା ସାହିତ୍ୟି ସାଉଂଟୁଥିବା ପତ୍ରିକା ‘ସ୍ମୃତିଲିପି’ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ପତ୍ରିକାର କାର୍ଯ୍ୟନିର୍ବର୍ାହୀ ସଂପାଦକ ଦୟାନିଧି ନାୟକ ଯୋଗଦେଇ ବହୁ ଘାତପ୍ରତିଘାତ ମଧ୍ୟରେ ଦୀର୍ଘ ୨୫ବର୍ଷଧରି ପ୍ରକାଶ କରୁଥିବା ‘ସ୍ମୃତିଲିପି’ ପତ୍ରିକା ବହୁନୂତନ ଲେଖକଙ୍କୁ ସାହିତ୍ୟ ଜଗତରେ ପରିଚିତ କରାଇଥିଲା ବେଳେ ବିଶିଷ୍ଠ ସାହିତ୍ୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିର୍ତ କରି ଉତ୍ସାହିତ କରିଛି ବୋଲି ବିବରଣୀ ପ୍ରଦାନ କ୍ରମରେ କହିଥିଲେ ।

ପରିଶେଷରେ ମୁଖ୍ୟଅତିଥି ଶ୍ରୀ ମିଶ୍ର ରଜତ ଜୟନ୍ତୀ ବିଶେଷଙ୍କ ଭାବେ ପ୍ରକାଶ କରିଥିବା ପତ୍ରିକାର କର୍ମକର୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂପାଦକ ଶ୍ରୀ ମହାନ୍ତିଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଶେଷରେ ଅତିଥିଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ସାହିତ୍ୟିକଙ୍କୁ ସଂପାଦକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version