ସୁଦୁର ସୁରଟରୁ ରଣପୁର ଅଂଚଳର ୫୬ ଜଣ ପ୍ରବାସୀ ଓଡିଆ ନୟାଗଡ ଜିଲ୍ଲାରେ ଆସି ପହଁଞ୍ଚିଲେ ।

ନୟାଗଡ଼ ଜିଲ୍ଲା, ରିପୋର୍ଟ / ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍‌ ) ରଣପୁର ଅଂଚଳର ୫୬ ଜଣ ପ୍ରବାସୀ ଓଡିଆ , ୨ ମଇ,ଶନିବାର : – ସୁଦୁର ସୁରଟରୁ ଆସି ପହଁଞ୍ଚିଲେ ଆଉ ୫୬ ଜଣ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରବାସୀ ଓଡିଆ, ନୟାଗଡ ଜିଲ୍ଲାରେ ଗତ ୩୦ ଅପ୍ରେଲରେ ସୁରଟବୁ ବାହାରି ଥିବା ଏକ ବସରେ ୫୬ଜଣ ଆସି ନୟାଗଡ ମୁଖ୍ୟାଳୟରେ ଆଜି ଅପରାହ୍ନ ୫ଘ.୨୭ ମି.ରେ ପହଁଞ୍ଚିଛନ୍ତି ।

ଉକ୍ତ ଗାଡି ରଣପୁର ଅଭିମୁଖେ ଯାତ୍ରା କରିଛି । ସେମାନେ ପହଁଞ୍ଚିବା ଖବର ପାଇ ତୁରନ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶ୍ରମ ଅଧିକାରୀ ପହଁଞ୍ଚି ସେମାନଙ୍କୁ ରଣପୁର ପଠାଇବା ବ୍ୟବସ୍ଥା କରିଛନ୍ତି ।

Exit mobile version