ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ଖୋର୍ଦ୍ଧା ,ଜଟଣୀ :- ରାଜ୍ୟ ସରକାର ମୁକ୍ତା ଯୋଜନାରେ ଜଟଣୀ ପୌରାଚଂଳ ପାଇଁ ୧୦କୋଟି ୭୦ଲକ୍ଷ ଟଙ୍କା ଓ ବାଣପୁର ବିଜ୍ଞାପିତ ଅଂଚଳ ପାଇଁ ୩କୋଟି ୧୨ଲକ୍ଷ ଟଙ୍କା ମଂଜୁର କରିଥିବାରୁ ଜଟଣୀ ପୌରବାସୀ ଓ ବାଣପୁରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ଦୀର୍ଘାୟୁ କାମନା କରାଯାଇଛି ।
ଏନେଇ ଜଟଣୀ ନିର୍ବାଚନ ମଣ୍ଡଳୀ ମା’ ଭୁଆସୁଣୀ ମନ୍ଦିର ନିକଟ ଏକ ଘରୋଇ ହୋଟେଲ ପରିସରରେ ଆୟୋଜିତ କୃତଜ୍ଞତା ସଭାରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଳିକ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ତଥା ବାଣପୁର ମାଟିର ପୁଅ ଦେବେନ୍ଦ୍ର ମାନସିଂହ, ଜଟଣୀ ନଗର ବିଜେଡ଼ି ସଭାପତି ଅଶୁତୋଷ ପ୍ରତାପସିଂଙ୍କ ସମେତ ବହୁ ବିଜେଡ଼ି ଦଳୀୟ କର୍ମୀ ଓ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।
ଜଟଣୀ ପୌରଚଂଳ ପାଇଁ ୧୬୬ଟି ପ୍ରକଳ୍ପ ଓ ବାଣପୁର ଏନଏସି ପାଇଁ ୩୪ ପ୍ରକଳ୍ପ ମଂଜୁର ହୋଇଥିବା ବେଳେ, ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ୍, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଜଳାଶୟ, ଖେଳପଡ଼ିଆ, ଶୌଚାଳୟ, ରାସ୍ତା, ଡ଼୍ରେନ ପ୍ରମ୍ମୁଖ ।