ପଂଚାୟତ ସ୍ତରୀୟ ଡ୍ରାଇଭର ସଂଘର ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର )  କଳାହାଣ୍ଡି :- ନର୍ଲାରୋଡ ସ୍ଥିତ ରେଳ ଷ୍ଟେସନ ସମ୍ମୁଖରେ ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ପ୍ରସନ୍ନ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅକ୍ଷୟ ନାଗ, ସଞ୍ଜୟ ସରାଫ, ଦେବାର୍ଚନ ମାଝୀ, ଜିତେନ୍ଦ୍ର ବୁଦ୍ଧିଆ, ବିପିନ୍ଦ୍ର ନାଗ, କିରଣ ଗୌଡ଼, ମୋତିଲାଲ ମାଝୀ, ଅଜୟ ନାଗ, ତାମୁ ନାଗ, ପ୍ରେମସିଂ ଠାକୁର, ବୁଲୁ ଓଝା ପ୍ରମୁଖ ଉପସ୍ଥିତ ରହି ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଡ୍ରେସକୋଡ଼ ବ୍ୟବହାର କରିବା ଓ ଟ୍ରାଫିକ ନିୟମ ସଠିକ ଭାବରେ ପାଳନ କରିବା, ମଦ୍ୟପାନ କରି ବାହାନ ନ ଚଳାଇବା ପାଇଁ ସଙ୍ଘର ସଭାପତି ପ୍ରସନ୍ନ କୁମାର ଓଝା ନିବେଦନ କରିଥିବା ବେଳେ ସର୍ଗିଗୁଡା ଗ୍ରାମପଞ୍ଚାୟତର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ ।

Exit mobile version