ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଉଦଘାଟନ କଲେ ବିଧାୟକ ଦାଶରଥି ଗମାଙ୍ଗ

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ବ୍ଲକରେ ଅନେକ ସ୍ଥାନରେରେ ଏବେ ମଧ୍ୟ ଅଧ ପନ୍ତରିଆ ହୋଇ ପଡି ରହିଛି ଅନେକ ପ୍ରକଳ୍ପ । ଠିକାଦାରଙ୍କ ମନମୁଖୀ କାମ ସାଙ୍ଗକୁ ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ଯୋଗୁଁ କୌଣସି କାମ ବ୍ଳକରେ ଆଗେଇ ପାରୁନି । ଦୀର୍ଘବର୍ଷ ଧରି ବ୍ଳକରେ ଅଧପନ୍ତରିଆ ଭାବେ ପଡି ରହିଛି ରାଜୀବ ଗାନ୍ଧୀ ସେଵା କେନ୍ଦ୍ର ଓ ଅଙ୍ଗନାବାଡି କେନ୍ଦ୍ର ।

ବିଳମ୍ବରେ ହେଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ  ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଉଦଘାଟନ କରି ଛନ୍ତି । ତାଙ୍କ ଗ୍ରସ୍ତ ବେଳେ ଲୋକେ ବାଜା ବଜାଇ ନାଚ କରି ସ୍ୱାଗତ କରିଥିଲେ । ଶ୍ରୀ ଗମାଙ୍ଗଙ୍କ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଲଷ୍ମୀଶବର, ସମିତି ସଭ୍ୟ ଭଗବାନ ଦଳେଇ, ଶଙ୍କର ପ୍ରଧାନ, ପଂଚାୟତ ନିର୍ବାହୀ ଅଧିକାରୀ ମଧୁ ପାଲାକି, ରାଜୀବ ମଳିକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ସମସ୍ତ ୱାର୍ଡ଼ ମେମ୍ବରମାନେ ଉପସ୍ଥିତ ଥିଲେ ।

Exit mobile version