କୋରାଇ ଶିକ୍ଷାମଣ୍ଡଳର ୧୦ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ନଭେମ୍ବର ମଙ୍ଗଳବାର )କୋରାଇ :- ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ନିର୍ମିତ ହୋଇଥିବା ଯାଜପୁର ଜିଲ୍ଲା ର ୧୫୩ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି ପରିପେକ୍ଷିରେ କୋରାଇ ବ୍ଲକର ଶିକ୍ଷାମଣ୍ଡଳରେ ଯୋଜନାଭୁକ୍ତ ହୋଇଥିବା ୧୦ଟି ସ୍କୁଲକୁ ‘ସ୍ମାର୍ଟ ସ୍କୁଲ’ଯୋଜନାରେ ରୁପାନ୍ତିକରଣ କରାଯାଇ ସ୍କୁଲ ଗୁଡିର ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଛି । ସରକାରୀ ସ୍କୁଲ ମାନଙ୍କର ଭିତିଭୂମି ବିକାଶ କରାଯାଇ ସୁସ୍ଥ ଓ ସ୍ମାର୍ଟ ପରିବେଶରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏନେଇ ସ୍କୁଲ ରୁପାନ୍ତିକରଣ ଦାୟିତ୍ୱରେ ଥିବା ୧୦ଜଣ ନୋଡାଲ ଅଧିକାରୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିଯୁକ୍ତ କରାଯାଇଥିଲା ।

ସ୍ମାର୍ଟ ସ୍କୁଲ୍‌ରେ କୋରାଇର ତାରାକୋଟର ରଘୁନାଥ ସାହୁ ସରକାରୀ ବିଦ୍ୟାଳୟ, ବରୁଣ୍ଡାଇର ବୈତରଣୀ ନୋଡାଲ ହାଇସ୍କୁଲ, ବନ୍ଦାଳୋର ଏମ୍‌ଏଲ୍‌ଏ ଉଚ୍ଚ ବିଦ୍ୟାପୀଠ, ପଛିକୋଟ ଉଚ୍ଚ ବିଦ୍ୟାଳୟ, ରଣୁପୁରର ବି.ସି ନୋଡ଼ାଲ ସ୍କୁଲ, ବ୍ୟାସନଗରର ଏନ୍‌. ସି ହାଇସ୍କୁଲ, ପାଣିକୋଇଲି ଉଚ୍ଚ ବିଦ୍ୟାଳୟ, ଶଶିଭୂଷଣ ବାଳିକା ଉଚ୍ଚ ବିଦ୍ୟାଳୟ, କନ୍ତୋରର ଅଶୋକ ଦାସ ସାଇସ୍କୁଲ ଏବଂ ଶଙ୍ଖଚିଲାର ହିଙ୍ଗୁଳା ଉଚ୍ଚବିଦ୍ୟାପୀ ପ୍ରମୁଖ ରୁପାନ୍ତିକରଣ ହୋଇଛି । ଆଜି ସଂଧ୍ୟାରେ ଲୋକାର୍ପଣ ଉତ୍ସବ ଆଭାସି ମାଧ୍ୟମରେ ହୋଇଥିବା ବେଳେ ପ୍ରତ୍ୟେକ ସ୍କୁଲରେ ଏନେଇ ବ୍ୟବସ୍ଥା କରାଯାଇଛି । ବିଡିଓ ରଂଜନ କୁମାର ପରିଡା ପ୍ରତ୍ୟେକ ସ୍କୁଲର କାର୍ଯ୍ୟ ତଦାରଖ କରିଥିବା ସହ ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇଥିଲେ ।

Exit mobile version