ରଘୁନାଥ ଜୀଉ କ୍ରିକେଟ କ୍ଲବର ପ୍ରିମିୟର ଲିଗ୍‌ଉଦଯାପିତ ବରେଇକୁ ହରାଇ ତଣ୍ଡରା ଚାମ୍ପିଅନ୍‌

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) କୋରାଇ :- କୋରାଇ ବ୍ଲକ ଜହ୍ନା ପଂଚାୟତ ଛୋଟରାୟପୁର ମିନି ଷ୍ଟାଡିୟମ ଠାରେ ରଘୁନାଥ ଜୀଉ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରିମିୟର ଲିଗ୍ ଆଜି ଉଦଯାପିତ ହୋଇଛି । ଏହି ମ୍ୟାଚରେ ତଣ୍ଡରାର ମା’ ଛାଟକୁମ୍ଭ କ୍ରିକେଟ କ୍ଲବ୍ ବରେଇ କ୍ରିକେଟ କ୍ଲବକୁ ୧୧୭ରନରେ ପରାସ୍ତକରି ଚଳିତବର୍ଷର ଚାମ୍ପିଅନ ହୋଇଛି । ଟସ୍‌ଜିତି ତଣ୍ଡରା କ୍ଲବ ପ୍ରଥମେ ବ୍ୟାଟି କରି ନିର୍ଦ୍ଧାରିତ ୧୬ ଓଭରରେ ୯ ଉଇକେଟ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜଗବନ୍ଧୁ ସାହୁ ୩୪ଟି ବଲ୍‌ର ସ୧ୁଖିନ ହୋଇ ସର୍ବାଧିକ ୭୦ରନ୍ ସଂଗ୍ରହ କରିଥିଲେ । ଜବାବରେ ବରେଇ କ୍ଲବ୍ ମାତ୍ର ୧୨.୫ ଉଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୩ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଟୁର୍ଣ୍ଣମେଂଟରେ ମ୍ୟାନ୍ ଅଫ୍ ଦି ସିରିଜ ଭାବେ ରାଜକିଶୋର ବୋଇତାଇ ଓ ଜଗବନ୍ଧୁ ସାହୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କୃତ ହୋଇଥିଲେ । ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ କୋରାଇ ବିଧାୟକ ଅଶୋକକୁମାର ବଳ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିବା ସହିତ ତଣ୍ଡରାକୁ ଚମ୍ପିଅନ ସିଲ୍ଡ ଓ ବରେଇ କ୍ଲବକୁ ରନର୍ସ କପ ପ୍ରଦାନ କରିଥିଲେ । ସ୧ାନିତ ଅତିଥି ଭାବେ ଜିଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ମହାନ୍ତି, ଯୁବ ବ୍ୟବସାୟୀ ରାକେଶ କୁମାର ରାଉତ, ଛୋଟରାୟପୁର ଗ୍ରାମମୁଖ୍ୟ କେଶବଚନ୍ଦ୍ର ମଙ୍ଗରାଜ, କୋରେଇ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମୋହନ ଚରଣ ଖୁଂଟିଆ, ଯୁବସମାଜସେବୀ ପ୍ରମୋଦ କୁମାର ଖୁଂଟିଆ, ତ୍ରିନୟନ ରଥ, ଦାମସୁନ୍ଦର ପାଢୀ,

ଭକ୍ତବତ୍ସଳ ସ୍ୱାଇଁ, ପ୍ରଶାନ୍ତ ମହାପାତ୍ର, ରମେଶଚନ୍ଦ୍ର ପାଢୀ, ସ୍ମୃତିରଂଜନ ପତ୍ରି, ବଳରାମ ଜେନା ଓ ସଦାଶିବ ପାଢି ପ୍ରମୁଖ ଯୋଗ ଦେଇଥିଲେ । ମ୍ୟାଚରେ ଅମ୍ପାୟାର ଭାବେ ସୂର୍ଯ୍ୟନାରାୟଣ ଖୁଂଟିଆ ଓ ବଦ୍ରିନାଥ ଦାସ ଭାବେ ସହଯୋଗ କରିଥିବା ବେଳେ ସ୍କୋରର ଭାବେ ରଘୁନାଥ ଓଝା ଓ ସତ୍ୟଜିତ ସାହୁ ସହଯୋଗ କରିଥିଲେ । ଆୟାଜକ ଦଳ ପକ୍ଷରୁ ନରେନ୍ଦ୍ର କୁମାର ସାହୁ, ଇଂ. ସାଗର ବେହେରା, ଅମର ପରମାଣିକ, ଗୋପୀନାଥ ପଣ୍ଡା, ଦିବ୍ୟଜିବନ ପାଢୀ, ପର୍ଶୁରାମ ପାଢୀ, ସୂର୍ଯ୍ୟମଣି ରାଉତ, ସୌମ୍ୟରଞ୍ଜନ ସାହୁ, ଶନିଦେବ ମଲିକ, ଶେଷଦେବ ନାୟକ, ରଞ୍ଜିତ ବେହେରା, ରଞ୍ଜିତ ସାହୁ, ଆଦିତ୍ୟ ନାରାୟଣ ଖୁଂଟିଆ, ରଘୁନାଥ ରଥ, ବିକାଶ ଦାସ, ବିଶ୍ୱନାଥ ପଣ୍ଡା, ସନ୍ଦିପ ଖୁଂଟିଆ, ଚିନ୍ତାମଣି ରାଉତ, ବିଜୟ ଦାସ, ସତ୍ୟପ୍ରକାଶ ମହାନ୍ତିଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version