ଅସହାୟ ଶ୍ରମିକଙ୍କୁ ସହାୟତାର ହାତ ବଢାଇଲା ହିଞ୍ଜିଳି ପୁଲିସ ପ୍ରଶାସନ – ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ, ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍‌ ) ଅସହାୟ ଶ୍ରମିକଙ୍କୁ ସହାୟତାର ହାତ ବଢାଇଲା ହିଞ୍ଜିଳି ପୁଲିସ , ୨ ମଇ, ଶନିବାର : – ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ସକାଶେ ସରକାର ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଲକଡ଼ାଉନ ପ୍ରଭାବରେ କାମଧନ୍ଦା ନପାଇ ସ୍ଥାନୀୟ ଥାନା ଖରିଡ଼ା ଗ୍ରାମରେ ଭୋକ ଉପାସରେ ପଡ଼ି ରହିଥିଲେ ୨୦ରୁ ଉର୍ଦ୍ଧ୍ୱ ମାଟିପୋଡ଼ା ଇଟାଭାଟି ଶ୍ରମିକ । ଏଭଳି ପରିସ୍ଥତିିରେ ଅସହାୟ ଶ୍ରମିକଙ୍କୁ ସ୍ଥାନୀୟ ପୁଲିସ ପ୍ରଶାସନ ସହାୟତାର ହାତ ବଢାଇଛି ।

ଥାନା ଭାରପ୍ରାପ୍‌ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ପୁଲିସ ଟିମ୍‌ ସଂପୃକ୍ତ ସ୍ଥାନରେ ପଂହଚି ଅସହାୟ ଓ ଭୋକିଲା ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ମାସ୍କ ପ୍ରଦାନ କରିଥିଲେ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା ସମ୍ପର୍କରେ ମଧ୍ୟ ସଚେତନ କରାଇଥିଲେ । ଅନୁରୂପ ଭାବେ ଅନ୍ୟ ରାଜ୍ୟରୁ ଆସି ସ୍ଥାନୀୟ ଥାନା ଚୈତନ୍ୟପଡ଼ା ଗ୍ରାମରେ ଫସିରହିଥିବା ବହୁ ଗାଡ଼ି ଚାଳକ ଓ ହେଲପରଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ଓ ମାସ୍କ ପ୍ରଦାନ କରିଥିଲେ । ଥାନା ଏସଆଇ ମମତା ସମାନ୍ତ, ପ୍ରଦୀପ୍ତ ଦାଶ, ବାସୁଦେବ ଭୋଇଙ୍କ ସମେତ ଥାନାର ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

Exit mobile version