Home ଓଡ଼ିଶା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନା ରେ ସାମିଲ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ବରଗଡ଼ :- ଅତାବିରା ଏନ୍ଏସି ର ଉନ୍ନୟନ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ଉପସ୍ଥିତି ରେ ଗତ ୧୭ତାରିଖ ବରଗଡ଼ ଓସ୍ୱାନ ହଲ୍ ଠାରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭର୍ଚୁଆଲ ମାଧ୍ୟମରେ 5ଟି ସଚିବ ଭି କେ ପାଣ୍ଡିଏନ୍ ଙ୍କୁ ଦେଇଥିବା ପ୍ରସ୍ତାବ ଗୁଡିକ ର ମଞ୍ଜୁରୀ ପ୍ରାପ୍ତ ସୂଚନା କୁ ନେଇ ଶ୍ରୀମତୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ସ୍ଥିତ ରାଣେଶ୍ୱର୍ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏନ୍ ଏସି ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ,କାଉନ ସିଲର ଆରତୀ ନାଏକ,ସନ୍ତୋଷିନି ମକ୍ୱାନା,ଗୁନିଆ ସାହୁ,ଏନ୍ଏସି ବିଜୁ ଯୁବ ଜନତା ଦଳ ସଭାପତି ସିର୍ଦ୍ଧାଥ ଶଙ୍କର ପଣ୍ଡା ଓ ଏନ୍ ଏ ସି ସଭାପତି ଯତୀନ ଦାଶ ମଞ୍ଚାସୀନ ଥିଲେ । ଏହି ମୁକ୍ତା ଯୋଜନାରେ ଅତାବିରା ଏନ୍ ଏ ସି ପାଇଁ ୩କୋଟି ୨୧ଲକ୍ଷ ଟଙ୍କା ମଞ୍ଜୁରୀ ପ୍ରାପ୍ତ ହୋଇଛି। ମଞ୍ଜୁରୀ ଅନୁଦାନ ରୁ ପ୍ରସ୍ତାବିତ ପ୍ରକଳ୍ପ ୫ଟି କ୍ଷୁଦ୍ର ଉଦ୍ୟାନ ପାଇଁ ୩୧ଲକ୍ଷ,୩ଟି ପବ୍ଲିକ ଜିମ୍ ପାଇଁ ୧୩ଲକ୍ଷ,୧୭ଟି ଚାଲିବା ରାସ୍ତା ପାଇଁ ୫୬ଲକ୍ଷ,୩ଟି ଖେଳ ପଡିଆ ପାଇଁ ୮ଲକ୍ଷ, ୪ଟି ଶୌଚାଳୟ ପାଇଁ ୧୧ଲକ୍ଷ,୨ଟି ରାସ୍ତା କଡ଼ ବିକ୍ରୟ ସ୍ଥଳୀ ପାଇଁ ୨୯ଲକ୍ଷ, ୮ଟି ରାସ୍ତା ଓ ଡ୍ରେନ ପାଇଁ ୧କୋଟି ୧୪ଲକ୍ଷ,୪ଟି ରାସ୍ତା ପାଇଁ ୫୯ଲକ୍ଷ ସମୁଦାୟ ୪୬ଗୋଟି ପ୍ରକଳ୍ପ ମଞ୍ଜୁରୀ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ୱାର୍ଡ ନଂ ୩ ପରମାଣପୁର କେନାଲ ରୁ କେନାଲ ପଡ଼ା ୧୧ଲକ୍ଷ,ଗଣେଶ ନଗର ୱାର୍ଡ ୧୦ ରାସ୍ତା ପାଇଁ ୮ଲକ୍ଷ,ୱାର୍ଡ ନଂ ୧୧ ରେଙ୍ଗାଲି ପାଲି ସ୍କୁଲ ରୁ ଶ୍ମଶାନ ଘାଟ ରାସ୍ତା ପାଇଁ ୨୦ଲକ୍ଷ,ୱାର୍ଡ ନଂ ୧୨ ମହନ୍ ଟିକ୍ରା ରୁ କାଣ୍ଡପାଲି ରାସ୍ତା ୨୦ଲକ୍ଷ,ୱାର୍ଡ ନଂ ୧ ସୁକୁମାର ଘର ରୁ ଡନ୍ ବସ୍କୋ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ୮ଲକ୍ଷ,ୱାର୍ଡ ୪ ଦୂର୍ଗା ମନ୍ଦିର ରୁ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୫ଲକ୍ଷ,ୱାର୍ଡ ନଂ ୩ ଭାଲୁପାଲି ନାଳିଆ ରୁ ସମଲେଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୮ଲକ୍ଷ, ୱାର୍ଡ ୪ ମହାନ୍ତି ଘର ରୁ ପାର୍ବତୀ ମନ୍ଦିର ରାସ୍ତା ଓ ଡ୍ରେନ ପାଇଁ ୧୫ଲକ୍ଷ,ୱାର୍ଡ ନଂ ୫ ଝାର ବନ୍ଦ ଟିକ୍ରା ହରିଜନ ପଡ଼ା ରୁ ଝାଉଁ ଜୋର୍ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୯ଲକ୍ଷ,ୱାର୍ଡ ନଂ ୮ ବୈମାନ ଟିକ୍ରା ଡ୍ରେନ ପାଇଁ ୧୦ଲକ୍ଷ,ରେଙ୍ଗାଲି ପାଲି କଲ୍ ଭଟ୍ ରୁ ରୁଗୁଡ଼ି ପଡ଼ା ରାସ୍ତା ଓ ଡ୍ରେନ ପାଇଁ ୧୦ଲକ୍ଷ ଓ ୱାର୍ଡ ନଂ ୧୨ ବନବାସ ଘର ଠାରୁ ନଲିଆ ପର୍ଯ୍ୟନ୍ତ ଡ୍ରେନ ପାଇଁ ୧୯ଲକ୍ଷ ଟଙ୍କା ମଞ୍ଜୁରୀ ହୋଇ ଆସନ୍ତା ୭ଦିନ ମଧ୍ୟରେ ଟେଣ୍ଡର ନେବାରେ ପ୍ରସ୍ତାବ ଦିଆଯାଇ କାର୍ଯ୍ୟ ଗୁଡ଼ିକୁ ସଂପାଦନ କରାଯିବ ବୋଲି ସୂଚନା ଦେଇଥିଲେ । Categories: ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026