ବଦଳିବ ବାଲେଶ୍ୱର ଷ୍ଟେସନର ରୂପରେଖ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ବାଲେଶ୍ୱର :-  ବଦଳିବ ବାଲେଶ୍ବର ରେଳ ଷ୍ଟେସନର ରୂପରେଖ । ଷ୍ଟେସନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିଛନ୍ତି ଯାତ୍ରୀ ସେବା ଓ ସୁବିଧା କମିଟି PSC ଟିମର ୪ ଜଣ ସଦସ୍ୟ ବାଲେଶ୍ବର ଷ୍ଟେସନ ପରିଦର୍ଶନ କରିଛନ୍ତି । ରେଳବାଇର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ରେଳ ଷ୍ଟେସନରେ ପ୍ରସ୍ତାବିତ ନୂତନ ଷ୍ଟେସନ ଗୃହ ନିର୍ମାଣ , ରେଳ ଡେଭେଲପମେଣ୍ଟ ଦ୍ବାରା ପ୍ରସ୍ତାବିତ ବ୍ୟବସାୟିକ ଗୃହ ନିର୍ମାଣ , ଶୋଭାରାମପୁର ଠାରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ , ଷ୍ଟେସନର ସୌନ୍ଦର୍ଯ୍ୟକରଣ , ଶୋଭାରାମପୁର ଏବଂ ଅଙ୍ଗାରଗଡିଆ ରେଳ ଓଭରବ୍ରିଜର ଶୀଘ୍ର କାର୍ଯ୍ୟ ସମାପ୍ତି , ବାମପଦା ଠାରେ ଥିବା ଲେଭେଲ କ୍ରସିଂର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ।

ଅମର୍ଦା ରୋଡ଼ ଠାରେ ଉଡ଼ନ୍ତା ପୋଲ, ବସ୍ତାରେ ଦୁଇ ଗୋଟି ଉଡ଼ନ୍ତା ପୋଲ , ଜଳେଶ୍ୱର ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ମାର୍କୋଣା ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ସୋରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ଜଳେଶ୍ବରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଲକ୍ଷଣନାଥ ଠାରୁ ରାଣୀତାଲ ପର୍ଯ୍ୟନ୍ତ ତୃତୀୟ ଲାଇନ କାର୍ଯ୍ୟ ଖୁବ ଶୀଘ୍ର ଶେଷ କରିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,” ଏକ ମଡେଲ ଷ୍ଟେସନ କରିବା ଲକ୍ଷ୍ୟରେ ଇଏ ହେଉଛି ଏକ ପଦକ୍ଷେପ ।

ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ଓ ମୋଟା ୩୦ କୋଟି ଟଙ୍କାର ପ୍ରକଳ୍ପ ବାଲେଶ୍ୱର କାର୍ଯ୍ୟ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନା ହୋଇଛି । ଆଗାମୀ ଦିନରେ ଆହୁରି ଅନୁଦାନ ଆସିବ ଏବଂ ଷ୍ଟେସନରେ ଆହୁରି ଉନ୍ନତିମୂଳକ କାର୍ଯ୍ୟ ହେବ”। “ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ କହିଛନ୍ତି,”ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ଦାବି ଥିଲା ଷ୍ଟେସନରଗୋଟେ
ବିକାଶ । ଏବେ ୩୦ କୋଟି ଟଙ୍କାର ଯେଉଁ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି ନିଶ୍ଚୟ ଷ୍ଟେସନ ର ବିକାଶର ଧାରl ଆହୁରି ଉନ୍ନତିମୂଳକ ହେବ l (ଦୀପ୍ତିମାନ ପତି, ବାଲେଶ୍ୱର )

 

 

 

Exit mobile version