Home ଓଡ଼ିଶା ବୈପାରିଗୁଡା ବ୍ଲକରେ ୩୦ ହଜାର ଲୋକ ଙ୍କୁ ବଣ୍ଟନ କରାଯିବ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ବୈପାରିଗୁଡା :- କୋରାପୁଟ ଠାରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ବୈପାରିଗୁଡା ବ୍ଲକରେ ଆଜି ବୈପାରିଗୁଡା ପୂଜାରୀଗୁଡା ଓ କେନ୍ଦୁଗୁଡା ପଚଂୟତ କାର୍ଯ୍ୟାଳୟ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଏହି ତିନି ପଚଂୟତର ୨୫ ଶହ ଜଣଙ୍କୁ ସ୍ମାର୍ଟକାର୍ଡ ଆଜି ବଣ୍ଟନ କରା ଯାଇଥିବା ଜଣାପଡିଛି । ବୈପାରିଗୁଡା ବ୍ଲକ ରେ ଆଜି କାଜୁ ନିଗମ ଅଧ୍ୟକ୍ଷ ଅମେନ୍ଦ୍ର ଦାସ ଉଦଘାଟନ କରିଥିବା ବେଳେ ବୈପାରିଗୁଡା ବିଡିଓ ଅଭିମନ୍ଯୁ କବି ଶତପଥି, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଆଇଆଇସି ଈଶ୍ଵର ତାଣ୍ଡି, ସିଡିପିଓ ଜି. ସିତା କୁମାରୀ,ବୈପାରିଗୁଡା ସରପଚଂ ଭାଗିରଥି ମୁର୍ଜିଆଁ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ପ୍ରମୁଖ ଉପସ୍ଥିତ ରହି ବୈପାରିଗୁଡା ପଚଂୟତବାସୀଙ୍କୁ ନିଜ ହାତ ରେ ସ୍ବାସ୍ଥ୍ଯ କାର୍ଡ ବାଣ୍ଟିଥିଲେ !ସେହି ପରି ଭାବେ ୨ୟ ଦିନରେ ଦଣ୍ଡାବାଡି , ରାମଗିରି, ପେନ୍ଦାପଡା, ଚେରକା, ହଳଦୀକୁଣ୍ଡ, ୩ୟ ପର୍ଯ୍ୟାୟରେ ଦଶମନ୍ତପୁର, କୋଲାର , ଚନ୍ଦ୍ରପଡା, ବେଦାପୁଟ ,ମହୁଲି, ୪ୟ ପର୍ଯ୍ୟାୟରେ କାଠପଡା, ମାଝୀଗୁଡା, ବାଲିଗାଁ ,୫ମ ପର୍ଯ୍ୟାୟରେ ଚିପାକୁର ମାଠପଡା ଓ ଦୋରାଗୁଡା ଓ ଶେଷ ରେ ସହିଦ ପୀଠ ତେନ୍ତୁଳିଗୁମ୍ମା ବାସୀ ଏହି ଯୋଜନାର ଲାଭ ପାଇବେ ବୋଲି ପ୍ରଶାସନ ତରଫରୁ ଜଣାପଡିଛି ! ସ୍ମାର୍ଟ କାର୍ଡ ପାଇଁ ବୈପାରିଗୁଡା କେନ୍ଦ୍ରରେ ଲୋକଙ୍କ ପ୍ରବଳ ଭିଡ ରହିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରିଥିବାରୁ ଗରୀବ ଶେଣୀ ର ଲୋକ ମାନଙ୍କ ସହ ଆମେ ମଧ୍ୟ ଏହି ଯୋଜନାର ସୁଫଳ ପାଇବୁ ଏବେ ଆମ ପରିବାର ସଦସ୍ୟଙ୍କୁ ଏହା ଏକ ଆର୍ଶବାଦ ହେବ ବୋଲି କହିଥିଲେ ହିତାଧିକାରୀ ! Categories: ଓଡ଼ିଶା, କୋରାପୁଟ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026