ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗରେ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଶୀର୍ଷକ ଉପରେ ପାଠଚକ୍ର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ପରବର୍ତ୍ତୀ ଓଡିଆ ନାଟକ ଶୀର୍ଷକ ଏହି ପାଠଚକ୍ରରେ ଅନ୍ୟ ବୁଦୃଷ୍ଟି ”ଏକ ଉଚାଙ୍ଗ ସାହିତ୍ୟ” ପତ୍ରିକା ବ୍ରହ୍ମପୁରର ସଂପାଦକ ସୋମନାଥ ବେହେରା ଯୋଗଦେଇ ସ୍ୱାଧୀନତା ପରବର୍ତ୍ତୀ ଓଡିଆ ନାଟକ ସମପ୍ରକରେ ବିଶଦଭାବେ ଆଲୋଚନା କରିଥିଲେ । ଯୁକ୍ତ ପାଠ ଚକ୍ରରେ ବିଶିଷ୍ଟ ଅତିଥିଭାବେ ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସେବାନିବୃତ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ

ସେବାନିବୃତ୍ତ ଶିକ୍ଷକ ତଥା ଓଡିଶା ସାହିତ୍ୟ କୋଡେମୀ ଗଜପତି ଜିଲ୍ଲାର ସଭ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଆଲୋଚ୍ୟ ପାଠ ଚକ୍ରରେ ଓଡିଆ ବିଭାଗର ମୁଖ୍ୟ ଡ. ଚନ୍ଦ୍ରଶେଖର ଦାସ ସଭାପତିତ୍ୱ କରିଥିବାବେଳେ ଅନ୍ୟତମ ଅଧ୍ୟାପାକ ଅର୍ଜୁନ ଜେନା ସଭା ପରିଚାଳା କରିଥିଲେ । ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଯଥା ରାମକୃଷ୍ଣ ପଟ୍ଟନାୟକ, ପୂଜାରାଣୀ ଦାସ, ଅଧ୍ୟାପିକା ଲକ୍ଷ୍ମୀ ମହାଙ୍କୁଡ ତଥା ଓଡିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପିରଶେଷରେ ବିଭାଗର ଅଧ୍ୟାପିକା କୁମାରୀ ଲକ୍ଷ୍ମୀ୍ ମହାଙ୍କୁଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version