ଲୋକାର୍ପିତ ଅପେକ୍ଷା ରେ ଗଜପତିଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ନଭେମ୍ବର ଗୁରୁବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳପଦର ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପ୍ରଥମ ଥର ପାଇଁ ଏହି ଅଞ୍ଚଳର ଗୋଟିଏସ୍କୁଲକୁ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଘୋଷଣା କରିଥିଲେ।ସେହି ବିଦ୍ୟାଳୟ ବର୍ତ୍ତମାନ ପ୍ରସ୍ତୁତ ହୋଇ ରହିଛି ଲୋକାର୍ପିତ ହେବାକୁ।ବର୍ତ୍ତମାନ ସୁଦ୍ଧା ଲୋକାର୍ପିତ ସମୟ ନିର୍ଘଣ୍ଟ ହୋଇନି।ଛାତ୍ର ଛାତ୍ରୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି କେବେ ସେହି ଗୃହରେ ବସି ଶିକ୍ଷା ଗ୍ରହଣ କରିବେ ଏହା ସହ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅପେକ୍ଷା କରି ରହିଛନ୍ତି ସେହିଗୃହରେ ବସି କେବେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରିବେ।

ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ମାର୍ଟ ଶ୍ରେଣୀ ଗୃହ, ଅତ୍ୟାଧୁନିକ ଅସବାଵ, ଉଚ୍ଚ କୋଟିର ବିଜ୍ଞାନଗାର, ଉନ୍ନତମାନର ପରିସ୍ରାଘର, ପାଚେରୀ, ଖେଳ ପଡିଆ, ଶୁଦ୍ଧ ପାନୀୟ ଜଳ, କମ୍ପୁଟର ଜ୍ଞାନ କୌଶଳ ଶ୍ରେଣୀ ଗୃହ ନିର୍ମାଣ ଶେଷ ହୋଇ ରହିଛି ଲୋକାର୍ପିତ ହେବାକୁ।ଏହି କାର୍ଯ୍ୟ ଦୀର୍ଘ ୬ ମାସରୁ ଉର୍ଦ୍ଧସମୟଦିନ ଦିବା ରାତ୍ର କାର୍ଯ୍ୟକରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜିଲ୍ଲାପ୍ରଶାସନ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସମାପନ କରିଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛି ମୋହନା ବ୍ଲକ।

ଏହାର ନିର୍ମାଣକାର୍ଯ୍ୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଅନାମ ଚରଣ ପାତ୍ର ନିୟମିତ ତଦାରଖ କରି ଆସୁଥିଲେ।ମୋହନା ବ୍ଲକର ଏହା ପ୍ରଥମ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଅଞ୍ଚଳ ବାସୀ ଦୈନିକ ଆସୁଥିବା ବେଳେ ସରକାର ଏହି ବ୍ଲକରେ ଦ୍ୱିତୀୟ ଦଫାରେ ସତର ଟି ବିଦ୍ୟାଳୟକୁ ସ୍ମାର୍ଟ ଶ୍ରେଣୀ ଗୃହ କରିବା ନିମନ୍ତେ ଘୋଷଣା କରି କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ କାର୍ଯ୍ୟଖସଡା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।ଆଗାମୀ ଦିନରେ ହେବାକୁ ଥିବା ସ୍ମାର୍ଟ ଶ୍ରେଣୀ ଗୃହ ଗୁଡିକ ଅଧିକାଂଶ ଦୁର୍ଗମ ଅଞ୍ଚଳରେ ହେବ ବୋଲି ଜଣାପଡିଛି।ଏହିପରି ଏହି ଅଞ୍ଚଳରେ ସ୍ମାର୍ଟ ଶ୍ରେଣୀ ଗୃହ ଗୁଡିକ ହେଲେ ଛାତ୍ର ଛାତ୍ରୀ ବେସରକାରୀ ବିଦ୍ୟାଳୟ ମୁହାଁ ହେବେନାହିଁ ବୋଲି ରଜ୍ୟ ସରକାରଓଜିଲ୍ଲାପ୍ରଶାସନଆଶାରଖିଛନ୍ତି l

Exit mobile version