ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବୈପାରିଗୁଡା ବିଜେଡିର ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ବୈପାରିଗୁଡା :-  ରାଜ୍ୟରେ ହୁ ହୁ ହୋଇ ରନ୍ଧନ ଗ୍ୟାସ ସହ ବିଭିନ୍ନ ପ୍ରକାର ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ରେ କେନ୍ଦ୍ର ସରକାର ବିଫଳ ହୋଇଥିବା ନେଇ ବିଜୁ ମହିଳା,ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୈପାରିଗୁଡା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାଚନ ମଣ୍ଡଳୀସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ଗଣଧାରଣା ଦେବା ସହ ବିଭୋକ୍ଷ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରର୍ଦଶନରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ସାଧାରଣ ଜନତାଙ୍କ ମୁଣ୍ଡ ଉପରେ ଚଡକ ପଶିଛି , ଦିନ କୁ ଦିନ ଗ୍ୟାସ, ପେଟ୍ରୋଲିୟମ ଦର ବୃଦ୍ଧି ହେଉଥିବା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରୀ ବାଜି ଦେଇଥିଲେ ।  କୋରାପୁଟ ଓ କୋଟପାଡ ନିର୍ବାଚନ ମଣ୍ଡଳୀର ବୈପାରିଗୁଡା ବ୍ଲକର ଶତାଧିକ ବିଜେଡି କର୍ମୀ ଗଣଧାରଣାରେ ସାମିଲ ହୋଇଛନ୍ତି । ଏହା ସହ ବିଡିଓ ଅନୁପସ୍ଥିତ ଥିବାରୁ ବ୍ଲକର ମିଶ୍ର ବାବୁଙ୍କ ଉପସ୍ଥିତିରେ ବୈପାରିଗୁଡା ବିଡ଼ିଓ ଙ୍କ ଜରୀଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ବ୍ଳକର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସରୋଜିନୀ କାଣ୍ଡିକି, ଯୁବ ସଭାପତି ରମେଶ ସ୍ବାଇଁ ଓ ଛାତ୍ର ସଭାପତି ଗୁପ୍ତ ଚାଲାଣଙ୍କ ଉପସ୍ଥିତ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡାଲ ମଧ୍ୟ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ  ଦେଇ ସିଧାସଳଖ କେନ୍ଦ୍ର ସରକାର ଦର ବୃଦ୍ଧି ଉପରେ ପଦକ୍ଷେପ ନେଉନଥିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ବୈପାରିଗୁଡା ବ୍ଳକ ବିଜେଡି ଆବାହକ ହେମନ୍ତ ମହାପାତ୍ର , ଜିଲ୍ଲା ଯୁବ ଉପସଭାପତି ବିଶ୍ବଜିତ ନାୟକ,ଜିଲ୍ଲା ସମ୍ପାଦକ ଆର.ଦାମ୍ଭିକା ରାଓ, ବ୍ଲକ ଉପାଧ୍ଯକ୍ଷ ତ୍ରିଲୋଚନ ଜେନା,ବୈପାରିଗୁଡା ସରପଚଂ ଭାଗିରଥି ମୁର୍ଜିଆଁ, ବରିଷ୍ଠ ବିଜେଡି ନେତା ଶ୍ରୀନିବାସ ରାଓ, ସାଥିରାମ ନାୟକ, ଜଗଦିଶ ଜେନା, ବାବୁନି ମହାନ୍ତି, ଲଲି ପଟନାୟକ,ଭାସ୍କର ବେହେରା ଙ୍କ ସହ ସିତୁ ପଣ୍ଡା, ବିଭୁ ପଣ୍ଡା, ଅଶୋକ ଦାସ,ପ୍ରଦୀପ ଗୌଡ,ବୁଲା ସାହୁ, ଏବଂ ଶତାଧିକ କର୍ମୀ ସାମିଲ ହୋଇଥିଲେ । ବ୍ଲକ ଯୁବ ସଭାପତି ରମେଶ ସ୍ବାଇଁ ସଭା ପରିଚାଳନା କରିଥିଲେ । 

Exit mobile version