ଗଜପତି ଜିଲ୍ଲାର ମୋହନା ତହସିଲରେ ନୂତନ ତହସିଲଦାର ଭାବେ କିଶୋରଚନ୍ଦ୍ର ଦାସ ଙ୍କ ଦାୟିତ୍ଵ ଗ୍ରହଣ 

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ନଭେମ୍ବର ,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ତହସିଲର ତହସିଲଦାର ଭାବେ କିଶୋର ଚନ୍ଦ୍ର ଦାସ ଦାୟିତ୍ଵ ଗ୍ରହଣ କରିଛନ୍ତି l ଏଠାରେ କାର୍ଯ୍ୟରତ ଥିବା ତହସିଲଦାର ଶାରଦା ପ୍ରଶନ଼ ପଣ୍ଡା ଗଞ୍ଜାମ ଜିଲ୍ଲା ଛତ୍ରପୁରକୁ ବିଡିଓ ଭାବେ ବଦଳି ହୋଇଥିବା ଜଣା ପଡ଼ିଛି l କିଛି ମାସ ଧରି ସ୍ଥାନୀୟ ତହସିଲରେ ତହସିଲଦାର ପଦବୀ ଖାଲି ପଡିଥିଲା ।

ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ବିଡିଓ ଥିବା କିଶୋର ଚନ୍ଦ୍ର ଦାଶ ନୂତନ ତହସିଲଦାର ଭାବେ ମୋହନାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ ମୋହନା    ତହସିଲରେ ଜବରଦଖଲରେ ରହିଥିବା ସରକାରୀ ଜମିକୁ ମୁକ୍ତ କରିବା, ବାଲି ମାଫିଆଙ୍କୁ ସାବାଡ କରିବା , ଆଦିବାସୀ ମାନଙ୍କୁ ଓ ଭୂମିହୀନ ମାନଙ୍କୁ ପଟ୍ଟା ପ୍ରଦାନ କରିବା ଏବଂ ଲୋକଙ୍କ ସହିତ ସୁସମ୍ପର୍କ ରଖି ତହସିଲର ଉନ୍ନତି କରିବା ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ।

Exit mobile version