ହୋଣ୍ଡା ପକ୍ଷରୁ ଆମେରିକା ବଜାରରେ ହୋଣ୍ଡା ନାଭି ମିନିମୋଟୋ ର ସମ୍ପ୍ରସାରଣ

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ନଭେମ୍ବର , ମଙ୍ଗଳବାର ) ଭୁବନେଶ୍ୱର :-  ଆମେରିକା ବଜାରରେ କାରବାର କରୁଥିବା ଆମେରିକା ହୋଣ୍ଡା ପକ୍ଷରୁ ନାଭି ମିନିମୋଟୋ ର ବିକ୍ରି କରାଯିବା ବିଷୟରେ ଘୋଷଣା କରାଯାଇଛି । ଛୋଟ, ସୁବିଧାରେ ମିଳୁଥିବା, ଉପଭୋଗ୍ୟ ଓ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଦାମ୍‌ରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ନାଭି ମିନିମୋଟୋ ୨୦୨୨ ବର୍ଷ ମଡେଲ୍‌ରେ ଏକ ଇନ୍ଧନ ମିତବ୍ୟୟୀ ୧୧୦ ସିସି ଇଞ୍ଜିନ ଓ ସ୍ୱୟଂକ୍ରିୟ ଟ୍ରାନ୍ସମିସନ୍ ରହିବ । ଏହାର ସିଟ୍‌ର ଉଚ୍ଚତା ୩୦.୧ ଇଂଚ ଥିବାରୁ ଅଧିକାଂଶ ଚାଳକ ଏହା ଉପରେ ବସିବା ପରେ ସେମାନଙ୍କ ଦୁଇ ଗୋଡ଼ ଭୂମିକୁ ସ୍ପର୍ଶ କରିପାରିବ । ସହରର ଭିଡ଼ ଭିତରେ ଓ କଡ଼ାକଡ଼ି ପାର୍କିଂ ବ୍ୟବସ୍ଥା ଥିବା ସ୍ଥାନରେ ଏହାକୁ ନେଇ ସହଜରେ ଆଗକୁ ବଢ଼ିହେବ । ଏଥିରେ ଜ୍ୟାକେଟ୍‌, ସ୍ନାକ୍ସ ଓ ବହି ଆଦି ରଖିହେବ ।

ଆମେରିକା ହୋଣ୍ଡାର ସ୍ପୋର୍ଟ ଆଣ୍ଡ୍ ଏକ୍ସପେରିଏନ୍‌ସିଆଲ୍‌ ମ୍ୟାନେଜର ବ୍ରାଣ୍ଡ୍‌ନ୍ ୱିଲସନ୍ କହିଛନ୍ତି ଯେ, “ମିନିମୋଟୋ ମଡେଲ୍‌ ପ୍ରସ୍ତୁତ କରିବାର ଏକ ଲମ୍ବା ପରମ୍ପରା ହୋଣ୍ଡାର ରହିଛି ଏବଂ ଏହା ନୂଆ ଚାଳକଙ୍କ ନୂତନ ଦ୍ୱାର ଖୋଲିବ ଓ ନାଭି ଏହି ଧାରାକୁ ଆଗକୁ ବଢ଼ାଇବ । ସହଜରେ ପରିଚାଳନା, ଏକ କୌତୁକିଆ ଡିଜାଇନ୍‌, କମ୍ ପରିଚାଳନା ଖର୍ଚ, ହୋଣ୍ଡାର ଭରସା ଆଦି ସବୁ କିଛିକୁ ନୂଆ ଚାଳକଙ୍କ ପାଇଁ ମିନିମୋଟୋ ରେ ଯାଂଚ କରାଯାଇଛି । ଏହାର ଦାମ୍ ୨୦୦୦ ଡଲାର୍ ରୁ କମ୍ ରହିଛି । ଆମେରିକାରେ ନାଭିକୁ ଉପଲବ୍ଧ କରି ଅଧିକ ଚାଳକଙ୍କ ପାଇଁ ଆମେ ମୋଟରସାଇକଲ୍ ସମ୍ଭବ କରିପାରିଛୁ ।’’ ହୋଣ୍ଡା ନାଭି ମିନିମୋଟୋ ର ମୂଲ୍ୟ ୧୮୦୭ ଡଲାର୍ ରଖାଯାଇଛି । ଏହା ରେଡ୍‌, ଗ୍ରାସ୍‌ହୁପର୍ ଗ୍ରିନ୍‌, ନଟ୍ ବ୍ରାଉନ୍‌, ରେଂଜର୍ ଗ୍ରିନ୍ ଭଳି ରଙ୍ଗରେ ମିଳିବ । ୨୦୨୨ ଜାନୁଆରି ଠାରୁ ଏହା ମେରିକା ବଜାରରେ ଉପଲବ୍ଧ ହେବ । କାଲିଫର୍ଣିଆରେ ଏହା ଫେବ୍ରୁଆରିରୁ ମିଳିବ ।

Exit mobile version