ନୟାଗଡ଼ ଜିଲ୍ଲା ଭୋଟର ତାଲିକା ପର୍ଯ୍ୟ ବେକ୍ଷକ ବୋର୍ଡ ଅଫ ରେଭିନିୟୁ ସେକ୍ରେଟାରୀ ଡ.ବିଜୟ କେତନ ଉପାଧ୍ୟାୟ ନୟାଗଡ଼ ଗସ୍ତରେ : ଭୋଟର ସମ୍ବନ୍ଧିୟ ସମୀକ୍ଷା 

ସ୍ୱତନ୍ତ୍ର ଭୋଟର ଅଭିଯାନ ଦିବସ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ରବିବାର ) ନୟାଗଡ଼ :- ଆଇଏଏସ ଡ.ବିଜୟ କେତନ ଉପାଧ୍ୟାୟଙ୍କ ନୟାଗଡ଼ ଗସ୍ତ, ସମୀକ୍ଷା କଲେ ସ୍ୱତନ୍ତ୍ର ଭୋଟର ଅଭିଯାନ, ନୟାଗଡ଼ ଜିଲ୍ଲା ଭୋଟର ତାଲିକା ପର୍ଯ୍ୟ ବେକ୍ଷକ ତଥା ବୋର୍ଡ ଅଫ ରେଭିନିୟୁ ସେକ୍ରେଟାରୀ ଡ.ବିଜୟ କେତନ ଉପାଧ୍ୟାୟ ନୟାଗଡ଼ ଗସ୍ତରେ ଆସି ଭୋଟର ସମ୍ବନ୍ଧିୟ ସମୀକ୍ଷା କରିଛନ୍ତି । ନୟାଗଡ଼ ସର୍କିଟ ହାଉସ ଠାରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ । ୧୧୯ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ସମୀକ୍ଷା କରିଥିଲେ । ଏଥି ସହିତ ନୟାଗଡ଼ ମୁନିସପାଲିଟି କେତେଗୋଟି ବୁଥ ପରିଦର୍ଶନ କରିଥିଲେ ।

ମାଛିପଡା, ସୋଲପଟା, ସିନ୍ଦୁରିଆ, କଲ୍ୟାଣପୁର, ଗୋତିସାହି ଆଦି ଅଞ୍ଚଳ ବୁଲିଥିଲେ । ଜନସାଧାରଣଙ୍କୁ କିପରି ସଚେତନ କରାଯାଉଛି, ଲୋକମାନେ କିଭଳି ଭାବେ ଆସି ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସହଯୋଗ କରୁଛନ୍ତି ଏହାର ସମୀକ୍ଷା କରିଥିଲେ । ସାରା ଜିଲ୍ଲାରେ ଏବେ ଭୋଟର ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତ ସ୍ତରରେ ସଚେତନାତ ଓ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର ଅଧିକାରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସୁଚନାନୁସାରେ ଗତ କିଛି ଦିନ ତଳେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରୁ ଏକ ଭୋଟର ସଚେତନତା ରଥ ବାହାରିଛି ।

ଉକ୍ତ ରଥକୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏହାର ଶୁଭାରମ୍ଭ କରିଥିଲେ । ଏହି ରଥ ନୟାଗଡ଼ ସହର ସମେତ ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନତା କରାଉଛି । ଏତଦ୍ବ୍ୟତୀତ ବିଭିନ୍ନ କଲେଜ ମାନଙ୍କରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ମୁଖ୍ୟତଃ ନାମ ଯାଞ୍ଚ କରିବା, ସଂଶୋଧନ, ସ୍ଥାନାନ୍ତର ଓ ନୂତନ ଭୋଟର ପାଇଁ ଆବେଦନ କରିବା ପ୍ରକ୍ରିୟା ଯାରି ରହିଛି । ଆଜିର କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ସମେତ ବିଭିନ୍ନ ଅଧିକାରିମାନେ ଏହି ସମୀକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ ।

Exit mobile version