ନୟାଗଡ଼ ଜିଲ୍ଲା ମତ୍ସ୍ୟ ଚାଷ ଆଣିଦେଇଛି ସ୍ୱାବଲମ୍ବୀ ହେବାର ମାର୍ଗ : ଜିଲ୍ଲାପାଳ ଡ଼. ପୋମା ଟୁଡୁ 

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ରବିବାର ) ନୟାଗଡ଼ :- ବିଶ୍ୱ ମତ୍ସ୍ୟ ଦିବସ । ନୟାଗଡ଼ ଜିଲ୍ଲା ମତ୍ସ୍ୟ ଚାଷ , ନୟାଗଡ଼ ଡି.ଆର.ଡିଏ ରେ ଥିବା ସୃଜନ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଯୋଗ ଦେଇଥିଲେ । ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ବଳନ କରି ବିଶ୍ବ ମତ୍ସ୍ୟ ଦିବସ ଉତ୍ସବକୁ ଉଦଘାଟନ କରିଥିଲେ । ତାଙ୍କ ବକ୍ତବ୍ୟରେ ବାୟୋଫ୍ଲକ୍ ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦେବା ସହ ମହିଳା ସ୍ୱୟଂ ସହାୟିକା ମାନେ କିଭଳି ମାଛ ଚାଷ କରୁଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ। ସାରା ରାଜ୍ୟରେ ମତ୍ସ୍ୟ ଚାଷ କ୍ଷେତ୍ରରେ ଓଡ଼ିଶା ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

ମତ୍ସ୍ୟ ଚାଷ ଦ୍ୱାରା ବହୁ ଲୋକ ସ୍ୱାବଲମ୍ବୀ ହୋଇଛନ୍ତି । ସମ୍ମାନୀତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତ ରହି କେଜ୍ କଲଚର ମାଧ୍ୟମରେ ମାଛ ଚାଷ କରିବାକୁ ବର୍ତ୍ତମାନ ବହୁ ଚାଷୀ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ମତ୍ସ୍ୟ ଚାଷ କରିବା ପାଇଁ ମଧ୍ୟ ସଚେତନ କରାଯାଉଛି । ସମସ୍ତ ଚାଷୀ ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦେବାକୁ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ଚାଷୀ ଓ ତାଙ୍କ ପରିବାର କୁ ସହାୟତା ଯୋଗାଇ ଦେଇଆସୁଛନ୍ତି ।

ଜିଲ୍ଲାର ୮ ଗୋଟି ବ୍ଲକର ମତ୍ସ୍ୟ ଚାଷ କରି ସଫଳ ମାଛ ଚାଷୀଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧନା କରିଥିଲେ । ଏଥି ସହିତ ଗୋଟିଏ ସ୍ୱୟଂସହାୟକ ଗୋଷ୍ଠିକୁ ସମ୍ବର୍ଦ୍ଧନା କରାଯାଇଥିଲା । ଭାପୁର ବ୍ଲକର ସଫଳ ମତ୍ସ୍ୟ ଚାଷୀ ରତ୍ନାକର ସାମନ୍ତରାୟ, ଓଡ଼ଗାଁ ବ୍ଲକର ସନ୍ତୋଷ ସାହୁ, ଖଣ୍ଡପଡ଼ା ବ୍ଲକର ନରେନ୍ଦ୍ର ଜେନା, ରଣପୁର ବ୍ଲକର ସ୍ୱରାଜ କୁମାର ମହାନ୍ତି, ନୟାଗଡ଼ ବ୍ଲକର କୃଷ୍ଣଚନ୍ଦ୍ର ପରିଡ଼ା, ଦଶପଲ୍ଲା ବ୍ଲକର ଯୁଧିଷ୍ଠିର ପ୍ରଧାନ, ନୂଆଗାଁ ବ୍ଲକର ସୁଧାଂଶୁ ଶେଖର ସାହୁ, ଗଣିଆ ବ୍ଲକର ପ୍ରଦୀପ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ସେହିପରି ଭାବେ ମା’ ଶୁଳିଆ ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠିର ସନ୍ତୋସିନୀ ବେହେରାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଉତ୍ସବରେ ଉଦ୍ୟାନ ବିଭାଗର ଅଧିକାରୀ ମୁରଲୀଧର ରାଉତ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୁତି ରଞ୍ଜନ ରାଉତ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶୁଭଶ୍ରୀ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ, ରଣପୁର ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଇତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମତ୍ସ୍ୟ ବିଭାଗର ସମସ୍ତ କର୍ମଚାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

Exit mobile version