Home ଓଡ଼ିଶା ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ଦ୍ୱିତୀୟ ଥର ମର୍ଯ୍ୟାଦାଜନକ “ଲାଡିଲି ମିଡିଆ ଏଣ୍ଡ ଏଡ୍ଭାଇଜିଙ୍ଗ ଏୱାର୍ଡ ଫର ଜେଣ୍ଡର ସେନ୍ସସିଟିଭ୍ -୨୦୨୧” ସମ୍ମାନରେ ସମ୍ମାନିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶନିବାର ) କଳାହାଣ୍ଡି :- “ବହୁ ଦେଶୀୟ କମ୍ପାନୀ ଛାଡି ପଶୁପାଳକ ହେଲେ ଜଣେ ଉଚ୍ଚଶିକ୍ଷିତା ମହିଳା” ସମ୍ବାଦ ପାଇଁ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ଲଗାତାର ଦ୍ୱିତୀୟ ଥର ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ନ୍ୟୁଜ ରିପୋଟିଂ ପାଇଁ ମର୍ଯ୍ୟାଦାଜନକ “ଲାଡିଲି ମିଡିଆ ଏଣ୍ଡ ଏଡ୍ଭାଇଜିଙ୍ଗ ଏୱାର୍ଡ ଫର ଜେଣ୍ଡର ସେନ୍ସସିଟିଭ୍ -୨୦୨୧” ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସେ କେବେ ପାଠ ପଢୁଥିଲେ ସେ କଥା ମନେ ପକେଇବାକୁ ତାଙ୍କର ଏବେ ସମୟ କାହିଁ । ପୁନାରେ ରହି ଏଚ୍ଏସ୍ବିସି ବ୍ୟାଙ୍କର ନର୍ଥ ଆମେରିକା ବ୍ୟବସାୟ ବୁଝିବା ଭିତରେ ମାତୃଭୂମିର ମୋହ ଓ କୃଷିର ଆକର୍ଷଣରେ ସେ ଆକୃଷ୍ଟ ହୋଇ ମୋଟା ଅଙ୍କର ଦରମାର ଚାକିରି ଛାଡିଦେଲେ ଓ କଳାହାଣ୍ଡିର ସବୁଜିମା ଭିତରେ ପାଦ ଥାପିଲେ । ଗତ ୫ ବର୍ଷ ଭିତରେ କୃଷି ଉଦ୍ୟୋଗୀ ଜୟନ୍ତୀ ମହାପାତ୍ର କେବଳ ନିଜକୁ ଗଢି ନାହାନ୍ତି ବରଂ ଭବାନୀପାଟଣା ବ୍ଲକର ସାଲେଭଟ୍ଟା ଗ୍ରାମ ସମେତ ପାଖାପାଖି ଗ୍ରାମର ୨୫୦ କୃଷକଙ୍କୁ ଜୀବିକା ଯୋଗାଇବା ସହ ସେମାନଙ୍କୁ ଉଦ୍ୟୋଗୀ କରିଦେଇଛନ୍ତି । ଜୟନ୍ତୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରି ସହପାଠୀ ବାରେନ ସାହୁଙ୍କୁ ବିବାହ କଲେ । ଦୁହେଁ ଚାକିରି କରିବା ଭିତରେ କୃଷି ପ୍ରତି ଅହେତୁକ ଆକର୍ଷଣ ତଥା ଶ୍ୱଶୁରାଳୟର ଗ୍ରାମବାସୀମାନଙ୍କ ଅର୍ଥନୈତିକ ଅବସ୍ଥା ଦେଖି ସେ ମାନଙ୍କ ପାଇଁ ଠୋସ କିଛି କରିବାର ପଣ ନେଇ ଜୟନ୍ତୀ ନିଜ ବେତନର ଚାକରି ଛାଡି ଆସିଗଲେ ନିଜର ଶଶୁର ଘର ସାଲେଭଟ୍ଟା । ମାଣିଜସ୍ତୁ ପ୍ରାଇଭେଟ ଲିମିଟେଡ୍ ନାମରେ ଏକ କମ୍ପାନୀ କରି ସେ ଆରମ୍ଭ କଲେ କୃଷି ଉଦ୍ୟୋଗ । ଛେଳି ପାଳନକୁ ସେ ମୁଖ୍ୟ ଲକ୍ଷ୍ୟ ଧରି ଛେଳି ମାଂସ ,କ୍ଷୀର, ଛେଳି ଖତ ଓ ଛେଳି ଚମଡା ଉତ୍ପାଦନ ଲକ୍ଷ୍ୟରେ ଆରମ୍ଭ କଲେ କାର୍ଯ୍ୟକ୍ରମ ଓ ବର୍ତ୍ତମାନ ଅଞ୍ଚଳରେ ହାରାହାରି ୧୨୦୦ ଛେଳିର ଫାର୍ମ ତିଆରି ହୋଇଛି । ଏଥିପାଇଁ ସେ ନିଜେ ଫାର୍ମ କରିବା ସହ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କରେ ମହିଳା ଓ ପୁରୁଷଙ୍କୁ ଶିକ୍ଷା, ପ୍ରଶିକ୍ଷଣ ଓ ସହାୟତା ପ୍ରଦାନ କଲେ । ସଂପ୍ରତି ୨୫୦ ଚାଷୀ ତାଙ୍କ ସହ ବିଭିନ୍ନ ଭାବେ ଜଡିତ । ମାଣିବସ୍ତୁ ମାଧ୍ୟମରେ ଅଞ୍ଚଳର ଚାଷୀଙ୍କୁ ସେ ସଂପୂର୍ଣ୍ଣ ଛେଳିମାନଙ୍କ ପାଇଁ ମାଗଣା ଚିକିତ୍ସା କେନ୍ଦ୍ର, ସୁଲଭ ମୂଲ୍ୟରେ ଛେଳି ଟୀକାକରଣ, ବୀମାକରଣ, ଋଣ ସୁଲଭ ମୂଲ୍ୟରେ ଛେଳି ଖାଦ୍ୟ ସହିତ ହାଇବ୍ରିଡ୍ ଛେଳି ଯୋଗାଣ ସହ କୃତ୍ରିମ ପ୍ରଯୋଜନ ଉପଲବ୍ଧ କରାଇଛନ୍ତି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବହୁ କୃଷି ଓ ପଶୁପାଳନ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଜୟନ୍ତୀଙ୍କ ଚାହିଦା ଅଧିକ । ତୋବାପରି, ବଟଲ, ଜମୁନାପରୀ, ବର୍ବରୀ, ଗଞ୍ଜାମ ବ୍ଲକ ଓ ବେଙ୍ଗଲ ଓ ସମାଜବାଦୀ ଭଳି ବିବିଧ କିସମର ଛେଳି ରଖିବା ସହ ସେ ମହୁ, ମକା, କଦଳୀ ଚାଷ ମଧ୍ୟ କରୁଛନ୍ତି । ଉତ୍କୃଷ୍ଟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଗ୍ରାମାଞ୍ଚଳର ଦାରିଦ୍ର୍ୟ ସମସ୍ୟା ସମାଧାନ ଏବଂ କୃଷି ପଶୁପାଳନ ଓ ଉଦ୍ୟୋଗିକ କ୍ଷେତ୍ରର ବିକାଶର ଲକ୍ଷ୍ୟ ନେଇ ସେ ତା. ୨୬.୦୭.୨୦୨୦ ତାରିଖରେ ‘ବହୁ ଦେଶୀୟ କମ୍ପାନୀ ଛାଡି ପଶୁପାଳକ ହେଲେ ଜଣେ ଉଚ୍ଚଶିକ୍ଷିତା ମହିଳା’ ନ୍ୟୁଜ ରିପୋଟିଂ ପାଇଁ ‘ସମାଜ’ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ଶ୍ରେଷ୍ଠ ନ୍ୟୁଜ ରିପୋଟିଂ ପାଇଁ ମୁମ୍ବାଇସ୍ଥିତ ଲବ୍ଧପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ୍ ଫାଷ୍ଟ, ୟୁନାଇଟେଟ୍ ନ୍ୟାସନ୍ ପପୁଲେସନ୍ ଫାଷ୍ଟ (ୟୁଏନ୍ଏଫ୍ପିଏଫ୍) ଗଭର୍ମେଣ୍ଟ ଅଫ୍ ନରୱେ ମିଳିତ ଆନୁକୂଲ୍ୟରେ ୧୯ ତାରିଖ ଦିନ ସନ୍ଧ୍ୟା ୬ଘଣ୍ଟା ସମୟରେ ମୁମ୍ବାଇ ଠାରେ କୋଭିଡ୍-୧୯ ନୀୟମାବଳିକୁ ମାନି ଭିର୍ଟ୍ୟୁଆଲ୍ ପ୍ଲାଟଫର୍ମ ଓ ହଷ୍ଟେଡ୍ ଅନ୍ଲାଇନ୍ ଜରିଆରେ ଶ୍ରୀ ଦ୍ୱିବେଦୀଙ୍କୁ ମର୍ଯ୍ୟାଦାଜନକ “୧୧ତମ ଲାଡଲିମିଡିଆ ଏଣ୍ଡ୍ ଏଡ୍ଭାଟାଇଜିଙ୍ଗ ଏୱାର୍ଡ ଫର୍ ଜେଣ୍ଡର ସେନ୍ସସିଟିଭିଟି-୨୦୨୧” ସମ୍ମାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତର ସୁନାମଧନ୍ୟ ସାମ୍ବାଦିକ ଫାଏ ଡିସୁଜା ଓ ସମ୍ମାନୀତ ଅତିଥି ଭାବେ ଗଭରମେଣ୍ଟ ଅଫ୍ ନୱେର ୟୁନାଇଟେଟ୍ ନ୍ୟାସନ୍ ପପୁଲେସନ୍ ଫାଷ୍ଟ (ୟୁଏନ୍ଏଫ୍ପିଏଫ୍) ର ଭାରତରେ ପ୍ରତିନିଧି ଶ୍ରୀରାମ ହରୀଦସ ଯୋଗଦେଇଥିବା ବେଳେ ବଂଶିକା ଜରାଲଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପପୁଲେସନ୍ ଫାଷ୍ଟର ନିର୍ଦ୍ଦେଶକ ଡ. ଏ.ଏଲ୍ ସାରଦା ଅଧ୍ୟକ୍ଷତା କରିଥିଲେ । ଶ୍ରୀ ଦ୍ୱିବେଦୀଙ୍କୁ ପୁରସ୍କାର ବାବଦରେ ସ୍ୱତନ୍ତ୍ର ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଥାଉ ଯେ, ଶ୍ରୀ ଦ୍ୱିବେଦୀ ୨୦୨୦ ରେ ବିକାଶ ଠାରୁ ବହୁ ଦୂରରେ ଥିବା ନିୟମଗିରି ପର୍ବତମାଳାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ସଂପ୍ରଦାୟର ସମସ୍ତ ରୀତିନୀତି ସବୁଠାରୁ ଅଲଗା । ନିୟମଗିରିରେ ସବୁ ଚାଲେ ନିୟମରେ । ଏହି ଜନଜାତିରେ ବାଲ୍ୟ ବିବାହ ପ୍ରଥା ଯୋଗୁଁ ଝିଅ ଜନ୍ମ ହେବା ମାତ୍ରେ ତାର ବାପା ମାଆ ତା ପାଇଁ ପୁଅ ଠିକ୍ କରିଥାନ୍ତି । କିନ୍ତୁ ଉକ୍ତ ଡଙ୍ଗରିଆ ପୁଅ ବଡ ହେବା ପରେ ସେ ଧାଙ୍ଗିଡି ବସାରୁ ଅନ୍ୟ ଝିଅକୁ ଭଲପାଇ ଜୀବନ ସାଥି କରିବା ପାଇଁ ଟାଣି ନେଇଥାଏ ନିଜ ଘରକୁ । ଅନ୍ୟପଟେ ଛୋଟବେଳୁ ସ୍ୱାମୀ ରୁପେ ଠିକ କରିଥିବା ଭାବି ସ୍ୱାମୀକୁ ଅପେକ୍ଷା କରି କରି ଅବିବାହ ହୋଇ ରହି ଯାଆନ୍ତି ଏହି ଡଙ୍ଗରିଆ ଯୁବତୀ ମାନଙ୍କ ଉପରେ ୨୦୧୯ ସେପ୍ଟେମ୍ବର ୨୨ ତାରିଖରେ ଦୈନିକ ‘ସମାଜ’ ପ୍ରକାଶିତ ଅନୁସଂଧାନମୂଳକ ସମ୍ବାଦ ‘ବିଶ୍ୱାସ ଓ ପରମ୍ପରା ଜାଲରେ ଡଙ୍ଗରିଆ ଯୁବତୀ, ଭାବୀସ୍ୱାମୀର ଫେରିବା ବାଟକୁ ଚାହିଁ ରହିବାକୁ ପଡୁଛି ଅବିବାହିତା’ ରିପୋର୍ଟ ପାଇଁ “୧୦ତମ ଲାଡଲିମିଡିଆ ଏଣ୍ଡ୍ ଏଡ୍ଭାଟାଇଜିଙ୍ଗ ଏୱାର୍ଡ ଫର୍ ଜେଣ୍ଡର ସେନ୍ସସିଟିଭିଟି-୨୦୨୦” ସମ୍ମାନୀତ ହୋଇଥିଲେ । ଏଠାରେ ପ୍ରକାଶ ଥାଉ ଯେ, ମୁମ୍ବାଇସ୍ଥିତ ଲବ୍ଧପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ୍ ଫାଷ୍ଟ ଏବପ୍ନର୍ୱେ ସରକାରଙ୍କ ୟୁଏନ୍ଏଫ୍ପିଏଫ୍ ସଂସ୍ଥା ଏବଂ ଇଣ୍ଟର ନ୍ୟାସନାଲ ଏଡ୍ଭେଟାଇଜିଙ୍ଗ ଏସୋସିଏସନ୍ (ଆଇ.ଏ.ଏ.) ମିଳିତ ଆନୁକୂଲ୍ୟରେ ଗତ ୧୦ ବର୍ଷ ଧରି ସାରା ଭାରତ ବର୍ଷରେ ଇଂରାଜୀ ଓ ହିନ୍ଦୀ ଭାଷା ସମେତ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଭାଷାର ସମ୍ବାଦପତ୍ର, ବିଦ୍ୟୁତ୍ ଗଣମାଧ୍ୟମ, ରେଡିଓ, ୱେବ୍ ଚ୍ୟାନାଲ ଆଦିରେ ବିଶେଷ କରି ବାଲ୍ୟବିବାହ, ମହିଳାଙ୍କ ସମସ୍ୟା, ମହିଳା ସାମାଜିକ ସୁରକ୍ଷା ଓ ଅଧିକାର, ଗରିବ ଓ ଅସହାୟ ମହିଳା ଜୀବନ କାହାଣୀ ଆଦି ଉପରେ ତଥ୍ୟମୂଳକ ଓ ଅନୁସଂଧାନମୂଳକ ରିପୋର୍ଟ ପ୍ରକାଶିତ ହେଉଥିବା ରିପୋର୍ଟକୁ ନେଇ ପ୍ରତିବର୍ଷ ସଂପୃକ୍ତ ସାମ୍ବାଦିକଙ୍କୁ ଲାଡଲିମିଡିଆ ଏଣ୍ଡ୍ ଏଡ୍ଭାଟାଇଜିଙ୍ଗ ଏୱାର୍ଡ ଫର୍ ଜେଣ୍ଡର ସେନ୍ସସିଟିଭିଟି ସମ୍ମାନ ପ୍ରଦାନ କରି ଆସୁଅଛି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ , ଶ୍ରୀଯୁକ୍ତ ଦିଗାମ୍ବର ବେହେରା by Proprietor Abhimanyu Maharana September 11, 2026 ନୟାଗଡ଼ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ଜିନିଷ ଉପରେ ଜୋରଦାର ଚଢାଉ, ଦୋକାନୀ ଛାନିଆ by Proprietor Abhimanyu Maharana September 11, 2026 ଦେୟ ମୁକ୍ତ ଶିକ୍ଷା କେଜି ରୁ ପିଜି ମାଗଣା ଘୋଷଣା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତାରଣା : କଂଗ୍ରେସ by Proprietor Abhimanyu Maharana September 11, 2026 ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026