ଯାଜପୁରର କରୋନା ରୋଗୀଙ୍କୁ ନେଇ ଆସୁଥିବା ବେଳେ ଆମ୍ବୁଲାନ୍ସ ଏକ ଅଭାବନୀୟ ଘଟଣା ଘଟିଯାଇଛି : କଟକ ସ୍ଥିତ ଚାଉଳିଗଞ୍ଜ ଓଭର ବ୍ରିଜ ନିକଟରେ ।
କଟକ ,ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ଯାଜପୁରର ୩କରୋନା ରୋଗୀଙ୍କୁ ନେଇ ଆସୁଥିବା ବେଳେ ଏହି ଅଘଟଣ ଘଟିଛି ,୩୦ ଏପ୍ରିଲ, ଗୁରୁବାର : – ରାତି 10ଟାରେ କଟକ ସ୍ଥିତ ଚାଉଳିଗଞ୍ଜ ଓଭର ବ୍ରିଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ କରୋନା ଆକ୍ରାନ୍ତଙ୍କୁ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟି ପଡ଼ିଥିବା ସୂଚନା ମିଳିଛି । ଯାଜପୁରର ୩କରୋନା ରୋଗୀଙ୍କୁ ନେଇ ଆସୁଥିବା ବେଳେ ଏହି ଅଘଟଣ ଘଟିଛି । ଯାଜପୁରରୁ ସମ୍ କୋଭିଡ଼ ହସ୍ପିଟାଲ ଆସୁଥିବା ବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାସହ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ ରୋଗୀଙ୍କର କୌଣସି କ୍ଷତି ହୋଇନାହିଁ । ଅନ୍ୟ ଏକ ଗାଡ଼ିରେ ଆକ୍ରାନ୍ତଙ୍କୁ ସମ୍ କୋଭିଡ଼୍ ହସ୍ପିଟାଲକୁ ପଠା ଯାଇଛି । ପରେ ଆମ୍ବୁଲାନ୍ସ ଓ ଘଟଣାସ୍ଥଳକୁ ସାନିଟାଇଜ କରାଯାଇଛି ।
