କଳା କୃଷି ଆଇନ ପ୍ରତ୍ୟାହାର ପରେ ବରଗଡ଼ ରେ ଆପ୍ ପକ୍ଷରୁ ବିଜୟ ଉତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଶୁକ୍ରବାର) ବରଗଡ଼ :- ତିନି କଳା କୃଷି ଆଇନ ଵିରୋଧରେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ କୁ ମିଳିଛି ବଡ଼ ସଫଳତା । ଆଜି ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତି ଓ ପ୍ରକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଆଇନ କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହି ଖବର ଆସିବା ପରେ ଆନନ୍ଦର ଲହରି ଖେଳି ଯାଇଛି ବରଗଡ଼ ଆମ୍ ଆଦମୀ ପାର୍ଟି ପକ୍ଷରୁ ସହରରେ ଏକ ବିଜୟ ଉତ୍ସବ ପାଳନ କରାଯାଇଛି । ଗାନ୍ଧୀ ଛକ ଠାରେ ଆପ୍ ର କର୍ମୀ ମାନେ ଏକତ୍ରିତ ହୋଇ ଏହି ଐତିହାସିକ ବିଜୟ କୁ ପାଳନ କରିଥିଲେ ।

ଏହି ଆନ୍ଦୋଳନରେ ସାତ ଶହରୁ ଉର୍ଦ୍ଧ୍ବ ଚାଷୀ ପ୍ରାଣ ହରାଇଥିବା ବେଳେ ଦୀର୍ଘ ବର୍ଷେ ରୁ ଅଧିକ ହେବ ଚାଷୀ ମାନେ ଆଇନ କୁ ହଟେଇବାକୁ ଆନ୍ଦୋଳନ କରୁଥିଲେ । ଗତ ଡିସେମ୍ବର ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପି ଆନ୍ଦୋଳନ ହୋଇଥିଲା । ବରଗଡ଼ ଗୁରୁଦ୍ୱାରା ଛକ, ଏସ୍ ପି ଅଫିସ ଛକ, କଚେରୀ ଛକ, ଥାନା ଛକ, ଅଗ୍ରସେନ ଛକ ରେ ଆପ୍ କର୍ମୀ ମାନେ ସ୍ଲୋଗାନ ଓ ଗୀତ ଗାଇ ଏହି ବିଜୟ ଉତ୍ସବ ପାଳନ କରିଥିଲେ ।

ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ଆଇନଜୀବୀ ରମେଶ ପତି, ସ୍ୱରୂପ ଭୋଇ, ମହିଳା ନେତ୍ରୀ ମରିୟମ ବାର୍ଳା, ସୁଦାମ ସାହୁ, ଅସିତ ସାହୁ, ଧ୍ୟାନ ଦୀପକ, ଏସ.ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Exit mobile version