ଗୃହ ବିଭାଗ ମନ୍ତ୍ରୀ ପଦରେ ରହି ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରିବାର ପ୍ରୟାସ ଜାରି ରଖିବା ସହିତ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର : ବାବୁ ସିଂ

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବୀରେ ଯୁବମୋର୍ଚ୍ଚା ତରଫରୁ ଦସ୍ତଖତ ଅଭିଯାନ ଓ କଳା ମାକ୍ସ ବଂଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଶୁକ୍ରବାର) ଭୁବନେଶ୍ୱର :- କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ଅପରାଧୀମାନଙ୍କୁ ସୁରକ୍ଷା ଦେଉଛି । ଆଇନର ବାଟ ଓଗାଳି ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଉଛି । ତେଣୁ ରାଜ୍ୟରେ ଅପରାଧ ସଂଖ୍ୟ ଦିନକୁ ଦିନ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ବିଭତ୍ସ ହତ୍ୟା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଦିବ୍ୟଶଙ୍କର ମିଶ୍ର ଗୃହ ବିଭାଗ ମନ୍ତ୍ରୀ ପଦରେ ରହି ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରିବାର ପ୍ରୟାସ ଜାରି ରଖିବା ସହିତ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି ।

ମମିତାକୁ ନ୍ୟାୟ ପ୍ରଦାନ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ସମ୍ମୁଖରେ ଦସ୍ତଖତ ଅଭିଯାନ କରାଯାଇ ଦସ୍ତଖତ ସଂଗ୍ରହ କରାଯାଇଛି ।

ଗତ କାଲି ମାଷ୍ଟର କ୍ୟାଂଟିନ ଛକରେ ଏହି ଅଭିଯାନର ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପାଧ୍ୟକ୍ଷା ଅର୍ପିତା ବଡଜେନା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂ,

ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ବିଜେପି ନେତା ଉପେନ୍ଦ୍ର ଭଞ୍ଜ, କାର୍ତିକ ସୁନ୍ଦରାୟ, ଇଦିଶ ଭୂୟାଁ, ରଜନୀ ବାଳା ଦାସ, ପ୍ରତୀକ୍ଷା ମହାପାତ୍ର, ସୁମିତ୍ରା ଆଚାର୍ଯ୍ୟ, ଯୁବ ମୋର୍ଚ୍ଚାର ନେତା ସିବାଶୀଷ୍ ମହାନ୍ତି, ସୂର୍ଯ୍ୟକାନ୍ତ ରାଉତରାୟ, ସୁଜିତ ସାହୁ, ସ୍ୱୟଂସେବକ ରାୟ, ଅନୀଲ ରାଉତ, ସୁନୀଲ ସ୍ୱାଇଁ, ଆଦର୍ଶ ପଟ୍ଟନାୟକ, ଶୁଭକାନ୍ତ ସାହୁ, ଗିରିଜା ସ୍ୱାଇଁ, ସତ୍ୟ ପ୍ରକାଶ ରାଉତ, ଅଭିଷେକ ନାୟକ, ଲୁଲୁ ଦଳେଇ, ସମ୍ବିତ ମହାପାତ୍ର, ଦେବାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version