ଗଜପତି ଜିଲ୍ଲାରେ ଆଦର୍ଶ ବିବାହ : ଦୃଷ୍ଟିହୀନ ଯୁବତୀଙ୍କୁ ବିବାହ କଲେ ରାୟଗଡ଼ା ଜିଲ୍ଲା ଗୁମୁଡା ଗ୍ରାମର ଯୁବକ ହାଡ଼ିପା ଶୁଶିଲ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଶୁକ୍ରବାର) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାରେ ହୋଇଛି ଏକଆଦର୍ଶ ମୂଳକ ବିବାହ । ଏଭଳି ବିବାହ ଦେଖାଦେଇଛି ପାରଳାଖେମୁଣ୍ଡି ଠାରେ ଜଣେ ଦୃଷ୍ଟିହୀନ ଯୁବତୀ ବର୍ଷା ଢୋଲିଆଙ୍କ ସହିତ ବିବାହ ବନ୍ଧନରେ ଚିରଦିନ ପାଇଁ ବାନ୍ଧି ହୋଇଛନ୍ତି ପଡୋଶୀ ରାୟଗଡା ଜିଲ୍ଲା ଗୁମୁଡା ଗ୍ରାମର ହାଡ଼ିପା ଶୁଶିଲ । ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଉଭୟଙ୍କ ସମ୍ମତି କ୍ରମେ ଏହିଭଳି ଆଦର୍ଶ ବିବାହ ପାରଳାଖେମୁଣ୍ଡି ସ୍ଥିତ ସବ-ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବର୍ଷା ଢୋଲିଆ , ପିତା ସ୍ୱର୍ଗତ ଦୀପକ ଢୋଲିଆ ଶତ ପ୍ରତିଶତ ଦୃଷ୍ଟିହୀନ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ସ୍ୱେଛାସେବୀ ସଂସ୍ଥା, ସିସିଡ଼ି ଅନୁଷ୍ଠାନର ସହାୟତାରେ ଦୃଷ୍ଟିହୀନ ମାନଙ୍କ ପାଇଁ ଉଦ୍ଧିଷ୍ଟ “ବ୍ରେଲିଲିପି’ର ପ୍ରଶିକ୍ଷଣ ନେଇ ସମନ୍ଵିତ ଶିକ୍ଷାରେ ନାମ ଲେଖାଇ ଜିଲ୍ଲାର ଗୋସାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧା ସ୍ଥିତ ସରକାରୀ ହାଇସ୍କୁଲରୁ ମାଧ୍ୟମିକ ଶିକ୍ଷା ଉତ୍ତିର୍ଣ୍ଣ ହୋଇଥିଲେ ।

ବର୍ଷାଙ୍କ ପରିବାର ଫଳ ବ୍ୟବସାୟ କରି ଆସୁଥିବା ବେଳେ ବର୍ଷା ସେହି ବ୍ୟବସାୟରେ ପରିବାରଙ୍କୁ ସହାୟତା କରିଥାନ୍ତି । ପରିବାରର ଆର୍ଥିକ ସ୍ୱଚ୍ଛଳତା ଭଲ ନଥିବା ଯୋଗୁଁ ବର୍ଷାଙ୍କ ଉଚ୍ଚଶିକ୍ଷା ପାଇଁ ସମ୍ଭବ ହୋଇ ପାରି ନ ଥିଲା । ଯାହା ଫଳରେ ବର୍ଷା ଉଚ୍ଚଶିକ୍ଷା ପାଇଁ ଆଗ୍ରହ ଥିଲେ ମଧ୍ୟ ସେଥିରୁ ସେ ସମ୍ପୂର୍ଣ୍ଣଭାବେ ବଞ୍ଚିତ ହୋଇ ସେ ଉଚ୍ଚଶିକ୍ଷାରେ ନାମ ଲେଖାଇ ପାରିଲେ ନାହିଁ । କିନ୍ତୁ ବର୍ଷା ଢୋଲିଆ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ରୀ ଥିଲେ , ଯିଏକି ସବୁ କ୍ଷେତ୍ରରେ ଜିତିବା ପାଇଁ ଆଗ୍ରହୀ ଥିଲେ ଏବଂ ବର୍ତ୍ତମାନ ବି ତାଙ୍କର ଯଥେଷ୍ଟ ଆଗ୍ରହ ରହିଛି । କିନ୍ତୁ ସାମାଜିକ ବାଧ୍ୟ ବାଧକତା ଯୋଗୁଁ ତାଙ୍କୁ ଆଗକୁ ନେବାରେ ବାଧକ ସୃଷ୍ଟି ହୋଇଛି ।

ବର୍ଷା ଜଣେ ଦୃଷ୍ଟିହୀନ ଝିଅ ହେଲେ ମଧ୍ୟ ଭବିଷ୍ୟତ ଓ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା କରିବା ପାଇଁ ଆପଣେଇ ନେଇବଦ୍ଧ ପରିକର ।ବର୍ଷା ପଡୋଶୀ ରାୟଗଡା ଜିଲ୍ଲାର ଗୁମୁଡା ଗ୍ରାମର ହାଡ଼ିପା ସୁଶୀଲଙ୍କ ହାତ ଧରି ନିଜ ଜୀବନକୁ ଏକ ସୁନ୍ଦର ପରିବେଶ ମଧ୍ୟରେ ଗଢିବା ପାଇଁ ପ୍ରଚେଷ୍ଠା କରିଛନ୍ତି ।. ଶୁଶୀଳ ରାୟଗଡା ଜିଲ୍ଲାର ଏକ ଷ୍ଟିଲ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାଯାଏ । ଏଥିରେ ବର୍ଷା ଢୋଲିଆଙ୍କ ଉତ୍ସାହ ଏବଂ ତାଙ୍କର କର୍ମନିଷ୍ଠା ଆଗକୁ ତାଙ୍କୁ ଯଥେଷ୍ଟ ସଫଳତା ଆଣି ଦେବ ବୋଲି ବିଭିନ୍ନ ମହଲରେ ଏକ ପ୍ରେରଣା ଦାୟକ ଉଦାହରଣ ସୃଷ୍ଟି କରିଛି । ଏ ଦିଗରେ ବର୍ଷା ଢୋଲିଆଙ୍କ ପାରଳାଖେମୁଣ୍ଡି ଠାରେ ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ପାଇଁ ଆଗଧାଡ଼ିର କାର୍ଯ୍ୟରତ “ସମର୍ଥ” ଅନୁଷ୍ଠାନର ନିଷ୍ଠା,

ତ୍ୟାଗ ଏବଂ ସଫଳତା ସହ ଏହା ପଛରେ ଆମ ଗଜପତି ଜିଲାର ସମର୍ଥ ଅନୁଷ୍ଠାନ ସବୁବେଳେ ପ୍ରେରଣା ଦେଇ ଆସୁଛି ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହେବାପରେ ଉଭୟେ ଜିଲ୍ଲା ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖକୁ ଯାଇ ତାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ । ଭଗବାନ ଏହି ନୂତନ ଦମ୍ପତିଙ୍କୁ ପ୍ରେରଣା ଦେବା ସହ ତାଙ୍କର ବୈବାହିକ ଜୀବନର ଉତ୍ତୋରତ୍ତର ଉନ୍ନତି ଓ ଦୀର୍ଘମୟ ଜୀବନ କାମନା କରି ତାଙ୍କୁ ଉତ୍ସାହିତ କରନ୍ତୁ । ଏହି ବିବାହ କାର୍ଯ୍ୟକ୍ରମରେ ସିସିଡି ସ୍ୱେଛାସେବୀ ଅନୁଷ୍ଠାନର ମୁଖ୍ୟ ଶ୍ରୀ ଏ : ଜଗନ୍ନାଥ ରାଜୁ , ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା , ବିଭିନ୍ନଏସଏଚଜି ଗ୍ରୁପର ମହିଳା ମାନେ ପ୍ରମୁଖ ଉପସ୍ଥିତ ଥିଲେ

Exit mobile version