ବ୍ୟାଟେରୀ ସାଇକେଲ ତିଆରି କରି ଚର୍ଚ୍ଚାରେ ମୋହନା ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଭାରତବର୍ଷରେ ବହୁ ଗୁଣଧାରୀ ଓ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି। କିଏ କିଭଳି କାମ କରି ଯଶ ଅର୍ଜନ କରୁଛନ୍ତି । କିଏ ପାଣି ଉପରେ ବାଇକ ଚଲାଉଅଛନ୍ତି ତ ଆଉ କିଏ ଶୂନ୍ଯରେ ଉଡୁଛନ୍ତିି। ହେଲେ ମୋହନା ବ୍ଲକର ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ(ଵଟୋନି ବିଜ୍ଞାନ) ଶିକ୍ଷକ ମାନସ ରଞ୍ଜନ ପାଣିଗ୍ରାହୀ ନିଜ ବୁଦ୍ଧି ବଳରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ସେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇ ଆସିବା ପରେ ଯାହା କିଛି ସମୟ ମିଳେ ସେତିକି ସମୟରେ ବିଭିନ୍ନ ସାମଗ୍ରୀ ଅନଲାଇନରେ ମଗାଇ ସେ ସବୁକୁ ଏକତ୍ରିତ କରି ୨ ଦିନ ମଧ୍ୟରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ଯାହା କି ଆଜିର ଦିନରେ ପେଟ୍ରୋଲ ଦର ବୃଦ୍ଧି ପାଇବା ପରେ ଚାଳକ ଚିନ୍ତାରେ ପଡିଥିବା ବେଳେ ବ୍ୟାଟେରୀ ଚାଳିତ ବାଇକ ଓ ସାଇକେଲ ପ୍ରତି ଲୋକଙ୍କ ଚାହିଦା ଦିନକୁ ଦିନ ବଢିବାକୁ ଲାଗିଲାଣି। ଏହାକୁ ଆଖି ଆଗରେ ରଖୁ ଶ୍ରୀ ପାଣିଗ୍ରାହୀ ମାତ୍ର ୨୧ ହଜାର ଟଙ୍କା ବିନିମୟରେ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ଯାହାକି ତିନି ଘଣ୍ଟା ଚାର୍ଜ କଲେ ୩୦ କିମି ଚାଲିବ ।

ମନରେ ଦୃଢ ଇଚ୍ଛାଶକ୍ତି ଓ ବ୍ୟାଟେରୀ ଦ୍ବାରା ଚାଳିତ ସାଇକେଲ ନିର୍ମାଣ କରିବାର ଆମ୍ବ ବିଶ୍ଵାସ ରଖି ସେ ଦୀର୍ଘ ୨ ବର୍ଷ ଚେଷ୍ଟା କରିବା ପରେ ଶେଷରେ ତାଙ୍କ ସୂପ୍ନ ସାକାର ହୋଇଛି। ପରିଶ୍ରମର ଫଳ ମଧ୍ୟ ମିଳିଛି। ପେଶାରେ ସେ ଜଣେ ଶିକ୍ଷକ ହେଲେ ମଧ୍ୟ ନିଶା ତାଙ୍କର ନିଆରା। ସୋଲାର ମାଧ୍ୟମରେ ଫ୍ରିଜ ଚାଲିବା, ଇନଭେଟର ମରାମତି, ଲାପଟପ ଓ କମ୍ପୁଟର ମରାମତି, ସିସିଟିଭି ମରାମତି କରିବାର ଦକ୍ଷତା ତାଙ୍କର ରହିଛି। ସେ ୨୦୧୨ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଏମଏସି ସାରି ୨୦୧୩ରେ ମୋହନା ସ୍ଥିତ ହିଲଟପ କଲେଜରେ ବିଜ୍ଞାନ ବିଭାଗରେ ବନସ୍ପତି (ବଟୋନି) ଅଧ୍ୟାପକ ଭାବେ ଚାକିରୀ କାଳ ଆରମ୍ଭ କରିଛନ୍ତି। ମୋହନା ସହରରେ ବ୍ୟାଟେରୀ ଦ୍ବାରା ଚାଳିତ ସାଇକେଲ ବୁଲୁଥିବା ଦେଖି ଲୋକେ ଭିଡ ଜମାଉଛନ୍ତି ଏବଂ ବହୁ ପ୍ରଶଂସା ମଧ୍ଯ କରୁଛନ୍ତି। ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରି ଶ୍ରୀ ପାଣିଗ୍ରାହୀ ବେଶ ଚର୍ଚ୍ଚାକୁ ଆସିଛନ୍ତି।

Exit mobile version