ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗ୍ରାମପଞ୍ଚାୟତ ରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ଆଦର୍ଶ ,ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ମହିପୁର ପଞ୍ଚାୟତର ବିଜେପି ଓ କଂଗ୍ରେସ ର ବହୁ ଆଗଧାଡ଼ିର କର୍ମୀ ବିଜେଡ଼ି ରେ ଯୋଗଦାନ କରିଛନ୍ତି । ଏହି କର୍ମୀ ସମ୍ମିଳନୀ ବୈଠକ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ଦେଇଥିବା ବିଜେପି ଓ କଂଗ୍ରେସ କର୍ମୀ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରି ଦଳକୁ ପାଛୋଟି ଆଣିଥିଲେ ।
ସାଢ଼େ ଚାରି କୋଟି ଲୋକମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ପରିବାର ତେଣୁ ବିଜୁ ଜନତା ଦଳ ହେଉଛି ଲୋକମାନଙ୍କ ଦଳ ବିଧାୟକ କହିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଜନ କଲ୍ୟାଣ କାରୀ କାର୍ଯ୍ୟକ୍ରମ କୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ହେଉଛି ଦଳର ଆଭିମୁଖ୍ୟ ବୋଲି କହିଥିଲେ । ତତ୍ ସହିତ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ କାର୍ଯ୍ୟକ୍ରମ ବିଷୟରେ ବର୍ଣ୍ଣନା କରିବା ସହିତ ବିଜୁ ସ୍ବାସ୍ଥ୍ୟ ଜନ କଲ୍ୟାଣ କାରୀ କାର୍ଯ୍ୟକ୍ରମ ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ଦଶପଲ୍ଲା ବିଧାୟକ କହିଥିଲେ ।
