ମୁଖ୍ୟମନ୍ତ୍ରୀ ରିଲିଫ ମାହାଙ୍ଗା ଡ଼ିଲର ସଙ୍ଘ ଦେଲେ ଲକ୍ଷେ

କଟକ ମାହାଙ୍ଗା,ରିପୋର୍ଟ / ଲକ୍ଷ୍ମୀଧର ଖୁଣ୍ଟିଆ ( ଓଡିଶା ତାଜା ନ୍ୟୁଜ୍‌ ) ମୁଖ୍ୟମନ୍ତ୍ରୀ ରିଲିଫ ମାହାଙ୍ଗା ଡ଼ିଲର ସଙ୍ଘ ଦେଲେ ଲକ୍ଷେ , ୩୦ ଏପ୍ରିଲ, ଗୁରୁବାର : – କଟକ ଜିଲ୍ଲା ମହଙ୍ଗା ବ୍ଲକ ସରକାରୀ ରେଟେଲର ସଙ୍ଘ ପକ୍ଷରୁ କରନା ମହାମାରୀ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି,

ମାହାଙ୍ଗା ରେଟେଲର ସଙ୍ଘ ସଭାପତି ନେତୃତ୍ୱରେ ସମ୍ପାଦକ ଓ କର୍ମକର୍ତା ସହ ସମସ୍ତ ରେଟେଲର ମନେ ବ୍ଲକ କାର୍ଯ୍ୟାଳୟ ରେ ପହଂଚି ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଙ୍କ ଉପସ୍ଥିତିରେ ବିଡ଼ିଓ ନିହାରରଞ୍ଜନ ମଲ୍ଲିକ ଙ୍କ ଜରିଆରେ ଏକ ଲକ୍ଷ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ, ଏଥିରେ ଅତିରିକ୍ତ ବିଡିଓ ମହେଶ୍ୱର ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ ,

Exit mobile version