କବି ରାଜେଂଦ୍ର କିଶୋର ପଂଡ଼ା ଗ୍ରହଣ କଲେ ରାଷ୍ଟ୍ରୀୟ କୁଭେମ୍ପୁ ପୁରସ୍କାର

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର) ଭୁବନେଶ୍ୱର :- ବିଶିଷ୍ଟ କବି ଡ. ରାଜେଂଦ୍ର କିଶୋର ପଂଡ଼ା ସାହିତ୍ୟ ନିମନ୍ତେ ରାଷ୍ଟ୍ରୀୟ କୁଭେମ୍ପୁ ପୁରସ୍କାର ଗ୍ରହଣ କରିଛନ୍ତି । ଡ. ପଂଡ଼ାଙ୍କ ଭୁବନେଶ୍ୱର ବାସଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରକବି କୁଭେମ୍ପୁ ପ୍ରତିଷ୍ଠାନମ୍‌ ପକ୍ଷରୁ ୨୦୨୦ ମସିହା ପାଇଁ ଏହି ପୁରସ୍କାର ଦିଆଯାଇଛି । ପ୍ରତିଷ୍ଠାନର କାର୍ଯ୍ୟକର୍ତ୍ତା ମନୁଦେବ ଦିୱାନୀ, ପ୍ରସିଦ୍ଧ କବି ପ୍ରଫେସର ଡ. ଏଚ୍‌.ଏସ୍‌. ଶିବପ୍ରକାଶ କବିଙ୍କ ବାସଭବନରେ ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କାର ଚେକ୍‌ ସମେତ ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନ କରିଛନ୍ତି ।

ଭାରତୀୟ ସାହିତ୍ୟକୁ ଡ. ପଂଡ଼ାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୋଭିଡ୍‌ କାରଣରୁ ପୁରସ୍କାର ପ୍ରଦାନ ଉତ୍ସବ ବେଙ୍ଗାଲୁରୁରେ ଆୟୋଜିତ ହେବା ପରିବର୍ତ୍ତେ କବିଙ୍କୁ ତାଙ୍କ ବାସଭବନରେ ପ୍ରଦାନ କରାଯାଇଛି । ପୁରସ୍କାର ଗ୍ରହଣ କରି କବି ଡ. ପଂଡ଼ା ଏହି ପୁରସ୍କାର ଫଳରେ ଭାରତୀୟ ସାହିତ୍ୟ ସର୍ବୋପରି ଓଡ଼ିଆ ସାହିତ୍ୟରେ ସାଧନାରତ ଲେଖକମାନେ ସମ୍ମାନିତ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ ।

ସେ ପ୍ରସିଦ୍ଧ କନ୍ନଡ଼ କବି, ନାଟ୍ୟକାର, ଔପନାସିକ, ଚିନ୍ତକ ପ୍ରଫେସର କୁପାଲି ଭେଙ୍କଟାªା ପୁଟାªା (କୁଭେମ୍ପୁ)ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରସ୍କାର ପ୍ରଦାନ ସମୟରେ ଅନୁବାଦକ ଡ. ରବିନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ କେଦାର ମିଶ୍ର, ସୂର୍ଯ୍ୟ ମିଶ୍ର ଓ ଡ. ପ୍ରମୋଦ ପରିଡ଼ା ଉପସ୍ଥିତ ଥିଲେ ।

Exit mobile version