Home Uncategorized “କଳାହାଣ୍ଡି କଳା ସଂସ୍କୃତିର ମଶାଲ ସାଜିଛି ଦେବଗିରି” କୁମାରସ୍ୱାମୀ ମହୋତ୍ସବ ଉଦଘାଟିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର) କଳାହାଣ୍ଡି :- ଦେବଗିରିର ଐତିହ୍ୟ ଅନନ୍ୟ। କେବଳ ଧାର୍ମିକ ପୀଠସ୍ଥଳୀ ନୁହେଁ, ଦେବଗିରି ମଠ ଥିଲା ଏକଦା ଅଞ୍ଚଳର କଳା, ସଂସ୍କୃତି, ସାହିତ୍ୟ, ପରମ୍ପରାର ପ୍ରାଣକେନ୍ଦ୍ର। ଏହି ସ୍ଥାନରୁ ଆମର ପୂର୍ବପୁରୁଷ ସେସବୁର ପ୍ରଚାର ପ୍ରସାର ପାଇଁ ଆଦିମ କାଳରୁ ପ୍ରଚେଷ୍ଟା ଜାରି ରଖିଥିଲେ। ସମୟର କରାଳ ଛାୟା ସତ୍ତ୍ବେ ମଧ୍ୟ ଏହି ଅଞ୍ଚଳର ଶହ ଶହ କଳାକାର ଦେବଗିରିର କଳା ସଂସ୍କୃତିକୁ ଅମଳିନ ରଖିଛନ୍ତି। କଳାହାଣ୍ଡି କଳା ସଂସ୍କୃତିକୁ ଗର୍ଭରେ ଧରିଛି ଦେବଗିରି। ପ୍ରାଚୀନ ଆଟବିକ ରାଜ୍ୟର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ଓ ସାଂସ୍କୃତିକ ପୀଠସ୍ଥଳୀ ଦେବଗିରି କଳାହାଣ୍ଡି କଳା ସଂସ୍କୃତିର ମଶାଲ ସାଜିଛି ବୋଲି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୯ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବର ଉଦଘାଟନୀ ସମାରୋହରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମରେ ଆୟୋଜିତ ସମାରୋହକୁ ସମାଜସେବୀ ହରିଶଙ୍କର ମାଝୀ ଉଦଘାଟନ କରିଥିବାବେଳେ ଯୁବ ଉଦ୍ୟୋଗପତି ଧୀରେନ୍ଦ୍ର ଖେତାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସଂସ୍କୃତି ଗବେଷକ ଜଗୁଲାଲ ଭୋଇ ମୁଖ୍ୟ ବକ୍ତା, ବୁଢୀପଦର ଗୈାନ୍ତିଆ କୁବେର ଭୋଇ, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶତ୍ରୁଘନ ଧଙ୍ଗଡାମାଝୀ, ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଭା ପ୍ରାରମ୍ଭରେ କଳା ସଂସ୍କୃତି ପରିଷଦ (ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ) ସରିଆଁର କଳାକାରମାନଙ୍କ ଦ୍ୱାରା ଦେବଗିରିର ଧ୍ୟେୟ ସଂଗୀତ ପରିବେଷିତ ହୋଇଥିଲା । ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ଯୁବ ଲେଖକ ଡିଲେଶ୍ବର ରଣା ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ। ଏହି ଅବସରରେ ଦେବଗିରି ମଠର ପୂର୍ବତନ ଟ୍ରଷ୍ଟି ସ୍ଵର୍ଗତ ଆର୍ତ୍ତତ୍ରାଣ ଭୋଇ ଓ ସ୍ଵର୍ଗତ ଚନ୍ଦ୍ରଭାନୁ ଧଙ୍ଗଡାମାଝୀଙ୍କୁ ମରଣୋତ୍ତର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଭାବରେ କଳା ସଂସ୍କୃତି ପରିଷଦ, ଦେବଗିରି ମଠର ପୂର୍ବତନ ଟ୍ରଷ୍ଟି କାହ୍ନୁ ଚରଣ ଧଙ୍ଗଡାମାଝୀ ଓ ମଠର ସେବିକା ସତ ଗଉଡଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ କଳା ସଂସ୍କୃତି ପରିଷଦର କଳାକାରମାନଙ୍କ ଦ୍ବାରା ଭଜନ ପରିବେଷିତ ହୋଇଥିଲା। Categories: Uncategorized, ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026