Home ଓଡ଼ିଶା ଡକାୟତ ଘଟଣା : ରାତିରେ ଛୁରୀ ଦେଖାଇ ଲୁଟିନେଲେ ୧୨ ଭରି ସୁନା ଓ ୫ ଲକ୍ଷ ଟଙ୍କା by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) କଳାହାଣ୍ଡି :- ଭବାନୀପାଟଣା ସଦର ଥାନା କର୍ଲାପଡା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ ତେନ୍ତୁଳିପଡା ଛକ ଉପରେ ଥିବା ଗୋଟିଏ ଘରୁ ମଙ୍ଗଳବାର ରାତିରେ ଡକାୟତ ମାନେ ଆସି ୧୨ ଭରି ସୁନା, ୫ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ନେଇଥିବା ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି | ସୂଚନା ମୁତାବକ କେସିଙ୍ଗା ବ୍ଲକ ଫଟକାମାଲ ପଞ୍ଚାୟତ ତେନ୍ତୁଳିପଡ଼ା ଗ୍ରାମର ପ୍ରତାପ କୁମାର ସା, ଓ ତାଙ୍କ ସ୍ତ୍ରୀ ପ୍ରତିଭା ସା ଶୋଇଥିବା ସମୟରେ ଗତକାଲି ରାତି ୧ ଟା ସମୟରେ ଡକାୟତ ମାନେ ଘର ଭିତରକୁ ପଶି କବାଟ ଭାଙ୍ଗି ଦୁଇଜଣଙ୍କୁ ଛୁରୀରେ ଆଘାତ କରି ତାଙ୍କ ୩ ଓ ୭ ବର୍ଷର ଦୁଇଟି ଝିଅଙ୍କୁ ବି ଆଘାତ କରି ଗୋଟିଏ ରୁମ ଭିତରେ ସମସ୍ତଙ୍କୁ ବନ୍ଦ କରି ଘରୁ ସୁନା ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଆଜି ସକାଳ ସମୟରେ ସ୍ୱାମୀ ଓ ସ୍ତ୍ରୀ ଝରକା ପଟୁ ଲୋକମାନଙ୍କୁ ଡାକି କବାଟ ଖୋଳାଇଥିଲେ | ବାହାରକୁ ବାହାରି ଭବାନୀପାଟଣା ସଦର ଥାନାକୁ ଘଟଣା ବିଷୟରେ ଜଣାଇବା ପରେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ଓ କର୍ଲାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026