Home ଓଡ଼ିଶା ଡକାୟତ ଘଟଣା : ରାତିରେ ଛୁରୀ ଦେଖାଇ ଲୁଟିନେଲେ ୧୨ ଭରି ସୁନା ଓ ୫ ଲକ୍ଷ ଟଙ୍କା by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) କଳାହାଣ୍ଡି :- ଭବାନୀପାଟଣା ସଦର ଥାନା କର୍ଲାପଡା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ ତେନ୍ତୁଳିପଡା ଛକ ଉପରେ ଥିବା ଗୋଟିଏ ଘରୁ ମଙ୍ଗଳବାର ରାତିରେ ଡକାୟତ ମାନେ ଆସି ୧୨ ଭରି ସୁନା, ୫ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ନେଇଥିବା ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି | ସୂଚନା ମୁତାବକ କେସିଙ୍ଗା ବ୍ଲକ ଫଟକାମାଲ ପଞ୍ଚାୟତ ତେନ୍ତୁଳିପଡ଼ା ଗ୍ରାମର ପ୍ରତାପ କୁମାର ସା, ଓ ତାଙ୍କ ସ୍ତ୍ରୀ ପ୍ରତିଭା ସା ଶୋଇଥିବା ସମୟରେ ଗତକାଲି ରାତି ୧ ଟା ସମୟରେ ଡକାୟତ ମାନେ ଘର ଭିତରକୁ ପଶି କବାଟ ଭାଙ୍ଗି ଦୁଇଜଣଙ୍କୁ ଛୁରୀରେ ଆଘାତ କରି ତାଙ୍କ ୩ ଓ ୭ ବର୍ଷର ଦୁଇଟି ଝିଅଙ୍କୁ ବି ଆଘାତ କରି ଗୋଟିଏ ରୁମ ଭିତରେ ସମସ୍ତଙ୍କୁ ବନ୍ଦ କରି ଘରୁ ସୁନା ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଆଜି ସକାଳ ସମୟରେ ସ୍ୱାମୀ ଓ ସ୍ତ୍ରୀ ଝରକା ପଟୁ ଲୋକମାନଙ୍କୁ ଡାକି କବାଟ ଖୋଳାଇଥିଲେ | ବାହାରକୁ ବାହାରି ଭବାନୀପାଟଣା ସଦର ଥାନାକୁ ଘଟଣା ବିଷୟରେ ଜଣାଇବା ପରେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ଓ କର୍ଲାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ by Proprietor Abhimanyu Maharana October 30, 2026 ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ by Proprietor Abhimanyu Maharana October 30, 2026 Odisha poised to emerge as a global investment destination : Dr Mukesh Mahaling by Proprietor Abhimanyu Maharana October 30, 2026 ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ by Proprietor Abhimanyu Maharana October 30, 2026 Khurda Road Division Organised a Seminar on “Probity for Prosperity” during Vigilance Awareness Week 2026 by Proprietor Abhimanyu Maharana October 30, 2026 ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଧୋ ତ୍ସବ by Proprietor Abhimanyu Maharana October 30, 2026