ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) ବରଗଡ଼ :- ୧୬ ନଭେମ୍ବର ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାର ଆୟୋଜିତ ହୋଇଯାଇଛି ।’ମହାମାରୀରେ ଗଣ ମାଧ୍ୟମ:ଏକ ନୂତନ ଆହ୍ବାନ’ ଶିର୍ଷକ ଆଲୋଚନା ଚକ୍ର ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଅଧ୍ୟକ୍ଷତା କରିଥିଲେ।ଆଲୋଚନା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ ଯୋଗଦେଇ ଦେଶ ତଥା ଜାତିର ଉନ୍ନତି ରେ ଗଣମାଧ୍ୟମ ର ଭୂମିକା ଜରୁରୀ ଅଟେ ।

ଗତ ମହାମାରୀ ସମୟରେ ନିଜ ଜୀବନ କୁ ବାଜି ଲଗାଇ ସେମାନେ ତାଙ୍କ କାର୍ଯ୍ୟ ତୁଲାଇଥିଲେ । ସେତେବେଳେ ଏହି ସମୟକୁ କିପରି ପରିଚାଳନା କରି ଲକ ଡାଉନ୍, ସଟ୍ ଡାଉନ୍ ମଧ୍ୟ ରେ ବସବାସ କରୁଥିବା ଲୋକଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚି ପାରିବ ସେଥିପ୍ରତି ଯତ୍ନବାନ ହୋଇଥିଲେ ।  ସେହିଭଳି ଆଲୋଚନା ସଭା ରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ଯୋଗ ଦେଇ ଅନେକ ଭୁଲ ସୂଚନା ଜଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ, ସଠିକ୍ ସମୟରେ ନିର୍ଭୁଲ ସୂଚନା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ଯାହାକି ମହିମାରୀ ସମୟରେ ଦେଖିବାକୁ ମିଳିଥିଲା ।

ତେଣୁ ସଠିକ୍ ତଥ୍ୟ ଆଧାରରେ ଖବର ପ୍ରକାଶନ ରେ ଗଣମାଧ୍ୟମ ର ଗୁରୁ ଦାୟିତ୍ବ ରହିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ମହାମାରୀ ସମୟରେ ଜିଲ୍ଲା ର ଚିକିତ୍ସା କ୍ଷେତ୍ରରେ ଗୁରୁ ଦାୟିତ୍ବ ବହନ କରି ଥିବା ଡ଼ାକ୍ତର ଲୋଟସ ମିଶ୍ର ଯୋଗଦେଇ ସେ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗ ରେ ଅନେକ ଲୋକ ଙ୍କ ଚିକିତ୍ସା କରାଯାଇପାରିଥିଲା ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରଗଡ଼ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲିପ କୁମାର ବାଗ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ମହାମାରୀ ସମୟରେ ନିଜ ଅନୁଭୂତି ବର୍ଣ୍ଣର୍ନା କରିଥିଲେ । ସାମ୍ବାଦିକ ବୀରେନ୍ଦ୍ର ପ୍ରଧାନ, ଲଲାଟେନ୍ଦୁ ଦାଶ ସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version