ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ପରାମର୍ଶ କ୍ରମେ : ସ୍ୱଚ୍ଛତା ପକ୍ଷ ପାଳନର ଶୁଭାରମ୍ଭ ହୋଇଅଛି ନୟାଗଡ଼ ସେବା ର – ଅମରେନ୍ଦ୍ର କୁମାର ଦାସ ପରିଜା ଙ୍କ ନେତୃତ୍ୱରେ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) ନୟାଗଡ଼ :- ସ୍ବେଛସେବୀ ଅନୁଷ୍ଠାନ ସେବା ପରିସରରେ ଆଜି ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି l ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ଓଡ଼ିଶା ଭୁବନେଶ୍ୱର ଙ୍କ ପରାମର୍ଶ କ୍ରମେ ସ୍ୱଚ୍ଛତା ପକ୍ଷ ପାଳନର ଶୁଭାରମ୍ଭ ହୋଇ ଅଛି  l ସେବା ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଙ୍କ ନେତୃତ୍ୱରେ

ତଥା ସେବା ପରିବାର ପରାମର୍ଶ କେନ୍ଦ୍ର ଓ ସେବା ସ୍ଵଧାର ଗୃହ ର ମିଳିତ ଉଦ୍ୟମରେ ଆୟୋ ଜିତ ଏକ ଉତ୍ସବ ରେ ସେବାର ବିଭିନ୍ନ ପ୍ରକଳ୍ପ ରେ କାର୍ଯୟରତ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମାନଙ୍କୁ ସ୍ୱଚ୍ଛତା ର ଶପଥ ପାଠ କରାଇବା ସହ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ସେବା ପରିସରକୁ ସଫକାଇଥିଲେ l

ମାନସିକ ଅନଗ୍ରସର ଶିଶୁ ମାନଙ୍କ ଦ୍ବାରା ଲଗା ଯାଇଥିବା ଫଳ ବଗିଚା ରେ ନୂତନ ଚାରା ରୋପଣ ସହ ବଗିଚା ସଫା ଓ ନିକଟ ସ୍ଥ ରାସ୍ତା ର ଉଭୟ ପାର୍ଶ୍ୱ ସଫା କରି ଥିଲେ l ଅପରାହ୍ନରେ ଶିଶୁ ଅନ୍ତେବାସୀ ଙ୍କ ଦ୍ଵାରା ସ୍ୱଚ୍ଛତା ସମ୍ପର୍କିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତି ଯୋଗି

ତା ଅନୁଷ୍ଠିତ ହୋଇଥିଲା l ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ରମେଶ ଚନ୍ଦ୍ର ପ୍ରଧାନ, ସୁଚିଶ୍ମିତା ସାହୁ, ବନିତା ମଲ୍ଲିକ, ସରିତା ଆଚାର୍ଯ୍ୟ, ବୈକୁଣ୍ଠ ନାଥ ମହାପାତ୍ର, ସାଗରୀ କା ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ବିଜୟ କୁମାର ସାହୁ ଓ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ l

Exit mobile version