ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) ବରଗଡ଼ :- ବରଗଡ଼ ଜିଲ୍ଲା ର ମାନ୍ୟତା ପାଇବା ପରେ ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି ଓ ଭୋଟର ଙ୍କ ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢ଼ିଛି । ହେଲେ ଓ୍ବାର୍ଡ ସଂଖ୍ୟା ବୃଦ୍ଧି ହୋଇନାହିଁ । ଭୋଟର ଓ ଲୋକ ସଂଖ୍ୟା ଦୃଷ୍ଟିରୁ ୧୯ ଟି ଓ୍ବାର୍ଡ ରୁ ୩୦ ଟି ହେବା ଦରକାର ବୋଲି ଭାଜପା ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ସହର ସଂଲଗ୍ନ ପଞ୍ଚାୟତ ଗୁଡିକ ଏବେ ସହର ପାଲଟି ଗଲାଣି । ତୋରା,ଧାଙ୍ଗେର,ବରଡୋଲ, ଖଲିଆପାଲି ପଞ୍ଚାୟତ ଗୁଡିକ ରେ ନୂଆଁ ବରଗଡ଼ ସ୍ଥାପିତ ହେଲାଣି ।
ତୋରା ଏକ ବଡ଼ ପଞ୍ଚାୟତ ଅଟେ । ଆୟତନ ଓ ଲୋକ ସଂଖ୍ୟା ଦୃଷ୍ଟିରୁ ଏକ ଏନ୍ଏସି ସହ ସମାନ ଅଟେ । ଏହି ଅଞ୍ଚଳ ରେ ସହରର ଜନଜୀବନ ଲମ୍ବି ଚାଲିଛି । ସେହିପରି ଧାଙ୍ଗେର ପଞ୍ଚାୟତ ଅଞ୍ଚଳ ରେ ମଧ୍ୟ ନୂଆଁ ବସତି ବସିଲାଣି । ବରଡୋଲ ଓ ଖଲିଆପାଲି ପଞ୍ଚାୟତ ଗୁଡିକ ରେ ନୂତନ ଘର, କମ୍ପ୍ଲେକ୍ସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନିର୍ମାଣ ହେବାକୁ ଥିବା କ୍ୟାନ୍ସର କେୟାର ସେଣ୍ଟର, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପ୍ରମୁଖ ରହିଛି । ଏହି ଅନୁପାତରେ ଲୋକମାନଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି ।
ଆସନ୍ତା ଦିନରେ ରାଜ୍ୟ ସରକାର ଏଥିପ୍ରତି ଚିନ୍ତା କରିବା ଆବଶ୍ୟକ ଅଟେ । ଭାଜପା ପ୍ରତିନିଧି ଦଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ଅକୃର ମଲ୍ଲିକ, ସୁରେଶ୍ଵର ଶତପଥୀ, ରବିନାରାୟଣ ଦାଶ, ଅଶୋକ ପଣ୍ଡା ଅନେକ ସଦସ୍ୟ ଉପସ୍ଥିତ ଥିଲେ ।
