ହିଞ୍ଜିଳିକାଟୁ ,ରିପୋର୍ଟ / ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ଯାତ୍ରୀବାହୀ ଅଟୋ ଓଲଟି ୪ ଗୁରୁତର , ୩୦ ଏପ୍ରିଲ, ଗୁରୁବାର : – ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋ (ଓଡ଼ି୦୭ଏଲ ୯୯୧୫) ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିବାରୁ ଚାଳକ ସମେତ ଅଟୋରେ ଯାତ୍ରା କରୁଥିବା ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଅଟୋ ଚାଳକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ଉତମ ବେହେରା (୨୪), ଶ୍ରମିକ ମାନେ ହେଲେ କବିସୂର୍ଯ୍ୟନଗର ଥାନା ମହାଛାଇ ଗ୍ରାମର ପାଣ୍ଡା ନାୟକ (୨୧), ଡ଼ୋରି ନାୟକ (୩୫) ଓ ସନ୍ତୋଷି ନାହାକ (୧୯) । ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ଚାନ୍ଦୁଲି ଗ୍ରାମର ଏକ ଇଟାଭାଟିରୁ ଶ୍ରମିକ ମାନଙ୍କୁ ନେଇ ମହାଛାଇ ଗ୍ରାମକୁ ଯାତ୍ରୀବାହୀ ଅଟୋ ଯୋଗେ ଯାଉଥିବା ବେଳେ କାଞ୍ଜିଆମା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡିଥିଲା । ଦୂର୍ଘଟଣାରେ ଅଟୋ ଚାଳକ ସମେତ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମାବସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ଯାତ୍ରୀବାହୀ ଅଟୋ ଓଲଟି ୪ ଗୁରୁତର – ହିଞ୍ଜିଳିକାଟୁ

- Categories: Uncategorized, ଓଡ଼ିଶା, ହୋମ୍
Related Content
ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା
by
Proprietor Abhimanyu Maharana
May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha
by
Proprietor Abhimanyu Maharana
May 8, 2026
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ
by
Proprietor Abhimanyu Maharana
May 7, 2026
ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ
by
Proprietor Abhimanyu Maharana
May 7, 2026
Taneira celebrates Savitri Vrata with the Inaya collection and exclusive festive offers
by
Proprietor Abhimanyu Maharana
May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ - ସାଗରିକା
by
Proprietor Abhimanyu Maharana
May 7, 2026